ଦଶମ ଏବଂ ଦ୍ୱାଦଶରେ ପାସ୍ ହେବା ପାଇଁ ଆଣିବାକୁ ପଡ଼ିବ ଏତିକି ମାର୍କ, ପଢ଼ନ୍ତୁ କଣ ରହିଛି କ୍ରାଇଟେରିଆ

1 min read

ନୂଆଦିଲ୍ଲୀ: ସିବିଏସଇ ବୋର୍ଡ (CBSE Board) ସବୁ ବିଷୟର ସଂଖ୍ୟା ପ୍ୟାଟର୍ନ (CBSE Passing Mark Pattern) ରେ ପରିବର୍ତ୍ତନ ଆଣିଛି । ସିବିଏସଇ ଏକ ନୂଆ ସର୍କୁଲର ଜାରି କରିଛି, ଯେଉଁଥିରେ ପାସିଂ କ୍ରାଇଟେରିଆ ଦିଆଯାଇଛି । ନୂତନ ସର୍କୁଲର ମୁତାବକ ୧୦ମ ଶ୍ରେଣୀରେ ପାସ୍ ହେବାକୁ ହେଲେ ସବୁ ବିଷୟରେ ପ୍ରାକ୍ଟିକାଲ ଏବଂ ଥିଓରିକୁ ମିଶାଇ ୩୩ ପ୍ରତିଶତ ମାର୍କ ଆଣିବାକୁ ପଡ଼ିବ । କିନ୍ତୁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ଆଲଗା କ୍ରାଇଟେରିଆ ରହିଛି । ଦ୍ୱାଦଶ ଶ୍ରେଣୀରେ ପାସ୍ ହେବାକୁ ହେଲେ, ପ୍ରାକ୍ଟିକାଲ, ଥିଓରି ଏବଂ ଇଣ୍ଟରନାଲ ଆସେସମେଣ୍ଟ୍ ରେ ଆଲଗା ଆଲଗା ୩୩ ପ୍ରତିଶତ ମାର୍କ ଆଣିବାକୁ ପଡ଼ିବ । ଦ୍ୱାଦଶ ପରୀକ୍ଷାରେ ୭୦ ମାର୍କ ବିଶିଷ୍ଟ ବିଷୟରେ ୨୩ ଏବଂ ୮୦ ମାର୍କ ବିଶିଷ୍ଟ ବିଷୟରେ ୨୬ ମାର୍କ ରଖିବା ବାଧ୍ୟତାମୂଳକ ରହିବ ।

ଯେଉଁ ବିଷୟରେ ପ୍ରାକ୍ଟିକାଲ ନାହିଁ, ସେହିଁ ବିଷୟ ଗୁଡ଼ିକରେ ଏଥର ଇଣ୍ଟରନାଲ ଆସେସମେଣ୍ଟ ନିଆଯିବ ।  ହିନ୍ଦୀ, ଇଂରାଜୀ, ଗଣିତ ଆଦି ବିଷୟର ପରୀକ୍ଷା ୧୦୦ ମାର୍କ ବିଶିଷ୍ଟ ହୋଇଥାଏ । ଏବେ ଏଥିରେ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ କରାଯିବ । ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟରେ ଛାତ୍ରଛାତ୍ରୀଙ୍କୁ ୬ ମାର୍କ ଆଣିବା ବାଧ୍ୟତାମୂଳକ ।

ବୋର୍ଡର ସୂଚନା ମୁତାବକ, ନୂତନ ଶିକ୍ଷା ପଦ୍ଧତିର ସୂଚନା ସମସ୍ତ ସ୍କୁଲ ଗୁଡ଼ିକୁ ପଠାଇଦିଆଯାଇଛି । ଏବେ ଏହି ପଦ୍ଧତିରେ ସ୍କୁଲ ଗୁଡ଼ିକରେ ପ୍ରି-ବୋର୍ଡ ପରୀକ୍ଷା ଆୟୋଜିତ କରାଯିବ, ଯାହା ଫଳରେ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ । ସିବିଏସଇ ସମସ୍ତ ସ୍କୁଲର ଦଶମ ଏବଂ ଦ୍ୱାଦଶ ର ପ୍ରି-ବୋର୍ଡ ପରୀକ୍ଷା ୧୬ ରୁ ୩୦ ଡିସେମ୍ବର ଭିତରେ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରି ବୋର୍ଡ ପରୀକ୍ଷା ପାଇଁ ବୋର୍ଡ ଟାଇମ ଟେବୁଲ ଜାରି କରିସାରିଛି । ')}

Leave a Reply