2021-2022 ଶିକ୍ଷା ବର୍ଷ ପାଇଁ କୋହଳ ସିଲାବସ; ଦୁଇଟି ଟର୍ମରେ ପରୀକ୍ଷା

1 min read

ଭୁବନେଶ୍ୱର: 2021-2022 ଶିକ୍ଷା ବର୍ଷ ଲାଗି କୋହଳ ହୋଇଛି ସିବିଏସଇ । ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ଚାଲିବ ସଂକ୍ଷିପ୍ତ ସିଲାବସ । 2021 ବ୍ୟାଚ ଲାଗି ଦୁଇଟି ଟର୍ମ ହେବ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ ରହିବ । ସିବିଏସଇ ପକ୍ଷରୁ କୁହାଯାଇଛି ସବଜେକ୍ଟ ଏକ୍ସପର୍ଟଙ୍କ ଦ୍ବାରା କନସେପ୍ଟ ଓ ବିଷୟ ନିର୍ଦ୍ଧାରିତ ହେବ । ପ୍ରତି ଟର୍ମ ଶେଷରେ ପରୀକ୍ଷା କରାଯିବ । ନିର୍ଦ୍ଧିାରିତ ତଥା ଦୁଇ ଭାଗରେ ବିଭକ୍ତ ସିଲାବସ ଆଧାରରେ ପରୀକ୍ଷା ହେବ ।

୧୦ମ ଓ ଦ୍ବାଦଶ ଶ୍ରେଣୀରେ ସମ୍ଭାବ୍ୟ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ସୂଚକ ଏହି ପଦକ୍ଷେପ ନିଆଯାଇଛି । ନଭେମ୍ବର ଓ ଡିସେମ୍ବରରେ ହେବ ପ୍ରଥମ ଟର୍ମ ପରୀକ୍ଷା । ଚଳିତ କୋଭିଡ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ଛାତ୍ରକୈନ୍ଦ୍ରିକ, କନସେପ୍ଟଭିତ୍ତିକ, ସ୍ବଚ୍ଛ ପ୍ରକ୍ରିୟା, ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା କରିବା ଲାଗି ବ୍ୟବସ୍ଥା ହୋଇଛି । ଭବିଷ୍ୟତରେ କୋଭିଡ ପରି ସମସ୍ୟାର ବିକଳ୍ପ ଲାଗି ବି ଏବଠାରୁ ଭିଜନ ରଖାଯାଇଛି ।

ଇଣ୍ଟରନାଲ ଆସେସମେଣ୍ଟ ସମ୍ପର୍କରେ ବୋର୍ଡ କହିଛି- ୯ମ ଓ ୧୦ମ ଶ୍ରେଣୀ ଲାଗି ଟର୍ମ ୧ ଓ ଟର୍ମ ୨ ସତ୍ତ୍ବେ ବର୍ଷ ସାରା ୩ଟି ପିରିୟଡିକ ଚେଷ୍ଟ ରହିବ । ଏହା ସହ ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା ପରି ବ୍ୟବସ୍ଥା, ପ୍ରାକ୍ଟିକାଲ ଓ୍ବାର୍କ, ସ୍ପିକିଂ ଓ ଲିସନିଂ ଆକ୍ଟିଭିଟି, ପ୍ରୋଜେକ୍ଟ ଆଦି ଚାଲୁ ରହିବ । ସେହିପରି ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ କ୍ଷେତ୍ରରେ ୟୁନିଟ ଟେଷ୍ଟ, ଏକ୍ସପ୍ଲୋରେଟୋରୀ ଆକ୍ଟିଭିଟି, ପ୍ରାକ୍ଟିକାଲ, ପ୍ରୋଜେକ୍ଟ ଆଦି ରହିବ ।

ନଭେମ୍ବର ଓ ଡିସେମ୍ବର ୨୦୨୧ ମଧ୍ୟରେ ଟର୍ମ ୧ ପରୀକ୍ଷା ହେବ । ମାର୍ଚ୍ଚ ଓ ଏପ୍ରିଲ ୨୦୨୨ ମଧ୍ୟରେ ଟର୍ମ ୨ ପରୀକ୍ଷା ହେବ । ତେବେ ପରିସ୍ଥିତିକୁ ବିଚାରକୁ ନେଇ ବିଭିନ୍ନ ଆକଳନ ଓ ପରୀକ୍ଷା କରାଯିବ । ଶିକ୍ଷା ବର୍ଷରେ ସମସ୍ତ ଆକଳନ ଲାଗି ଗୋଟିଏ ଗୋଟିଏ ଷ୍ଟୁଡେଣ୍ଟ ପ୍ରୋଫାଇଲ ତିଆରି କରିବା ଲାଗି ସ୍କୁଲକୁ ଦାୟିତ୍ବ ଦିଆଯିବ

Leave a Reply