spot_img

Latest Posts

 ସିବିଏସଇ ନିର୍ଦ୍ଧାର କଲା ନୂଆ ଓଏମଆର୍ ସିଟ୍

ସିବିଏସଇ ପ୍ରଥମ ଥର ପାଇଁ ନୂଆ ଓଏମଆର ସିଟ୍ ନିର୍ଦ୍ଧାର କରିଛି ଯେଉଁଥିରେ ପ୍ରଥମ ଥର ଏକାଧିକ ପ୍ରଶ୍ନ ରହିଛି ।  ପରୀକ୍ଷା ସମୟ ୯୦ ମିନିଟର ଥିବାବେଳେ ନଭେମ୍ବର ୧୬ରୁ ଏହା ଆରମ୍ଭ ହେବ  । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମୋଟ ୩୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି  ।

ପ୍ରତ୍ୟେକଟି ପେପରରେ ୬୦ ଲେଖାଏଁ ପ୍ରଶ୍ନ ଥିବାବେଳେ ଛାତ୍ରଛାତ୍ରୀମାନେ କେବଳ ପେନରେ ଉତ୍ତର ଦେଇପାରିବେ  । ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନାନୁସାରେ ଏହି ଓଏମଆର୍ ସିଟରେ ଛାତ୍ରଛାତ୍ରୀ ଉତ୍ତର ଦେବା ସମୟରେ ଯଦି ଭୁଲ୍ ଉତ୍ତର ଦେଇଦିଅନ୍ତି ତେବେ ଏହାକୁ ସଂଶୋଧନ କରି ପୁନର୍ବାର ଏହାର ସଠିକ୍ ଉତ୍ତର ମଧ୍ୟ ଦେଇପାରିବେ କାରଣ ଏହାର ଡାହାଣ କଡ଼ରେ ଆଉ ଏକ ବାକ୍ସ ରହିଛି  । ଭୁଲ ଉତ୍ତରକୁ ଠିକ୍ କରିବା ପାଇଁ ଛାତ୍ରଛାତ୍ରୀମାନେ ଏଥିରେ ପୁନର୍ବାର ସଠିକ୍ ଉତ୍ତର ଦେଇପାରିବେ  । ଯଦି ସେମାନେ ନିଜ ଉତ୍ତରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଏହା ବ୍ୟବହାର କରିପାରିବେ  ।

a, b, c, d କୈାଣସିଟି ମଧ୍ୟରୁ ଉତ୍ତର ଭୁଲ ଥିଲେ କିମ୍ୱା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଛାତ୍ରଛାତ୍ରୀ ଏହି ବାକ୍ସ ବ୍ୟବହାର କରିପାରିବେ ବୋଲି ସିବିଏସି ମୁଖ୍ୟ ସନ୍ୟମ ଭରଦ୍ୱାଜ କହିଛନ୍ତି  । ମାତ୍ର ଯଦି କୈାଣସି ପ୍ରଶ୍ନରେ ଏହି ବାକ୍ସର ବ୍ୟବହାର ହୋଇଥିବ ତେବେ କେବଳ ବାକ୍ସରେ ଥିବା ଉତ୍ତର ହିଁ ଗଣନା କରାଯିବ ବୋଲି ସେ କହିଛନ୍ତି  ।ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ପରୀକ୍ଷା ପୂର୍ବରୁ ଏହି ନୂତନ ଓଏମଆର୍ ସିଟର ଏକ ଭିଡିଓ ସେୟାର କରିାଯାଇଛି  ।

 

Latest Posts

Don't Miss