ହାଥରାସ ଗଣଦୁଷ୍କର୍ମ ଘଟଣାରେ ସିବିଆଇର ମାମଲା ରୁଜୁ, ନଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ

1 min read

ନୂଆଦିଲ୍ଲୀ: ହାଥରାସ ଗଣଦୁଷ୍କର୍ମ ଘଟଣା । ଗଣଦୁଷ୍କର୍ମ ପରେ ଦଳିତ ଝିଅର ହତ୍ୟା ମାମଲାରେ ସିବିଆଇ ଏକ ମାମଲା ରୁଜୁ କରିଛି । ଏଥିସହ ସିବିଆଇ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଉତ୍ତରପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ଏକ ମାମଲା ରୁଜୁ କରିଛି । ଏହି ପରିପ୍ରେକ୍ଷୀରେ ସିବିଆଇ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି ।

ହାଥରାସ ମାମଲାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସିବିଆଇ ଆଜି ଏହାର ତଦନ୍ତ ଆରମ୍ଭ କରିଛି । ଏହାପୂର୍ବରୁ ପୀଡିତାଙ୍କ ଭାଇ ହାଥରାସର ଚନ୍ଦପା ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ । ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ୧୪ ସେପ୍ଟେମ୍ବର ୨୦୨୦ ରେ ଅଭିଯୁକ୍ତ ତାଙ୍କ ଭଉଣୀକୁ ନିକଟରେ ଥିବା ବାଜେର କ୍ଷେତରେ ଗଳା ଚିପି ମାରିବାକୁ ଚେଷ୍ଟା କରିଥିଲା ।

ଏବେ ସିବିଆଇ ଏହି ଘଟଣାକୁ ନିଜ ହାତକୁ ନେଇଛି । ଏହି ଘଟଣାକୁ ପ୍ରାୟ ୨୭ ଦିନ ବିତିଯାଇଥିବା ବେଳେ  ପ୍ରଥମେ ହାଥରାସ ପୋଲିସ, ପରେ ଏସଆଇଟି ଏବଂ ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଏସଆଇଟି ଏପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତ କରୁଥିଲା । ଯେତେବେଳେ ସେପ୍ଟେମ୍ବର ୧୪ ର ସତ୍ୟତା ଜାଣିବା ପାଇଁ SIT ତାର ତଦନ୍ତ ଆରମ୍ଭ କଲା, ସେତେବେଳେ ଗାଁର ୪୦ ଜଣ ଲୋକ SITର ଟାର୍ଗେଟରେ ଥିଲେ । ଗାଁର ଏହି ୪୦ ଜଣଙ୍କୁ ପଚରାଉଚରା କରାଯାଇଛି । ଏହି ୪୦ ଜଣ ହେଉଛନ୍ତି ଯେଉଁମାନେ ୧୪ ସେପ୍ଟେମ୍ବରରେ ଆଖପାଖ କ୍ଷେତରେ କାମ କରୁଥିଲେ । ଏଥିରେ ଅଭିଯୁକ୍ତ ଏବଂ ପୀଡିତାଙ୍କ ଘର ଲୋକେ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି ।

Leave a Reply