spot_img

Latest Posts

ପାରାଦୀପ ପୋର୍ଟର ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଘରେ ସିବିଆଇ ରେଡ୍, ପୁଳାପୁଳା ଟଙ୍କା ଜବତ

ପାରାଦୀପ : ପାରାଦୀପ ପୋର୍ଟ ବନ୍ଦର ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ସିବିଆଇ ରେଡ୍, ମିଳିଛି ପୁଳାପୁଳା ଟଙ୍କା । ବିପୁଳ ପରିମାଣର ଟଙ୍କା ସହ ଜବତ ହୋଇଛି ବିଦେଶୀ ମୁଦ୍ରା । ତେବେ କେତେ ପରିମାଣର ଟଙ୍କା ଓ ବିଦେଶୀ ନୋଟ ମିଳିଛି ତାହାର ଆକଳନ କରାଯାଇନାହିଁ। ଗତକାଲି ସନ୍ଧ୍ୟାରୁ ସିବିଆଇର ୧୦ ଜଣିଆ ଟିମ ଚଢଉ ଜାରି ରଖିଛନ୍ତି। ପାରାଦ୍ଵୀପରେ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ହାଉସିଂ ବୋର୍ଡ ସ୍ଥିତ ଘର, ଜେବି କଲୋନୀରେ ଥିବା କ୍ବାର୍ଟର, ବାଲେଶ୍ବର ସ୍ଥିତ ନିଜ ଘର ଓ କଟକରେ ତାଙ୍କ ପତ୍ନୀ ରହୁଥିବା ଘରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଗତକାଲି ଏକ ସିପିଂ ଏଜେନ୍ସି ଠାରୁ ୫୦ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଥିଲେ ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ପାରାଦ୍ଵୀପ- ବନ୍ଦର ପବ୍ଲିକ ହେଲଥ ଅଫିସରେ ସିବିଆଇ ଚଢଉ ଘଟଣା। ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଧିକାରୀ ଙ୍କ ଘରୁ ମିଳିଲାଣି ପୁଳା ପୁଳା ଟଙ୍କା ଓ ବିପୁଳ ପରିମାଣର ଡଲାର।  ଗତକାଲି ସନ୍ଧ୍ୟାରୁ ସିବିଆଇ ର ୧୦ ଜଣିଆ ଟିମ ଚଢଉ ଜାରି ରଖିଛନ୍ତି।CBI Raids On Paradip Port Doctor, Cash Worth Crores Seized

ପାରାଦ୍ଵୀପ ରେ ଡାକ୍ତର ଙ୍କ ହାଉସିଂ ବୋର୍ଡ ସ୍ଥିତ ଘର, ଜେବି କଲୋନୀରେ ଥିବା କ୍ବାଟର , ବାଲେଶ୍ବର ସ୍ଥିତ ନିଜ ଘର ଓ କଟକରେ ତାଙ୍କ ସ୍ତ୍ରୀ ରହୁଥିବା ଘରେ ଏକକାଳୀନ ଚଢାଉ । ଗତକାଲି ଏକ ସିପିଂ ଏଜେନ୍ସୀ ଠାରୁ ୫୦ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଥିଲେ ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ।

Latest Posts

Don't Miss