ଖୋର୍ଦ୍ଧା ଆୟକର ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ଖୋର୍ଦ୍ଧା: ଆୟକର ଅଧିକାରୀଙ୍କ ଘରେ ସିବିଆଇ ରେଡ୍ । ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ଚଢ଼ାଉ କରିଛି ସିବିଆଇ । ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ସୁମନ ସୁନ୍ଦର । ଆୟକର ଠକେଇର ରଫାଦଫା କରିବାକୁ ଶାନ୍ତି ଜୁଏଲାରୀ ଦୋକାନରୁ ଲାଞ୍ଚ ନେଉଥିଲେ ସୁମନ ।

୪୦ଲକ୍ଷ ଟଙ୍କା ଦାବି କରିଥିବାବେଳେ ପୂର୍ବରୁ ୧୦ଲକ୍ଷ ଟଙ୍କା ନେଇଥିଲେ । ଆଜି ନିଜ ଘରେ ଆଉ ୫ଲକ୍ଷ ଟଙ୍କା ନେବାବେଳେ ସୁମନଙ୍କୁ ରେଡ ହ୍ୟାଣ୍ଡେଡ ଧରିଥିଲା ସିବିଆଇ । ତାଙ୍କ ଖୋର୍ଦ୍ଧା ଶ୍ରୀରାମ ନଗର ଘରେ ଚଢ଼ାଉ କରିଥିଲା ୫ଜଣିଆ ଟିମ୍ । ପରେ ସୁମନଙ୍କୁ ସିବିଆଇ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି ।