ଓଡିଶା ସମେତ ୯ଟି ସ୍ଥାନରେ କାର୍ତ୍ତୀ ଚିଦାମ୍ବରମଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ବରମଙ୍କ ଘରେ ସିବିଆଇ ଚଢାଉ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ କାର୍ତ୍ତୀଙ୍କ ଏକାଧିକ ଠିକଣାରେ ଚଢାଉ କରିଛି ସିବିଆଇ । ଏଥିରେ ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ, ଓଡିଶା ସମେତ ୯ଟି ସ୍ଥାନ ରହିଛି ।

୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତ୍ତୀଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଦେଶୀ ଟଙ୍କା ମାମଲାରେ ଏହି  ଚଢାଉ ଚାଲିଥିବା ଜଣାପଡିଛି । ଜଣେ ବ୍ୟକ୍ତିଙ୍କଠାରୁ କାର୍ତ୍ତୀ ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ନେଇଥିବା  ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ । ପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ କିର୍ତ୍ତୀ । ତାଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ ସେ ।