ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କଲା CBI

CBI Files Charge Sheet In Anjana Mishra gangrape case

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାଁ ରହିଛି । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତଦନ୍ତକାରୀ ଟିମ୍ ଚାର୍ଜସିଟ ଦାଖଲ କରିଛି । ଅଞ୍ଜନା ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର୍ ଥିଲା । ପ୍ରାୟ ୨୨ ବର୍ଷ ପରେ ଗତ ଫେବ୍ରୁଆରୀ ମାସରେ ମହାରାଷ୍ଟ୍ରରୁ ବିବନକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଗିରିଫ ପରେ ବିବନକୁ ସିବିଆଇକୁ ହସ୍ତାନ୍ତର କରିଥିଲା ପୋଲିସ ।

CBI Files Charge Sheet In Anjana Mishra gangrape case

ବିବନ ଗିରଫ ପରେ ଝାରପଡ଼ା ଜେଲରେ ଟିଆଇ ପରେଡ୍ ହୋଇଥିଲା । ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୀଡ଼ିତା ଅଞ୍ଜନା ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନଟ କରିଥିଲେ । ତା’ପରେ ସିବିଆଇ ବିବନକୁ ୨ ଦିନିଆ ରିମାଣ୍ଡରେ ମାରାଥନ୍ ଜେରା କରିଥିଲା । ୧୯୯୯ ମସିହା ଜାନୁଆରୀ ମସିହାରେ ଯେଉଁସ୍ଥାନରେ ଘଟଣା ଘଟିଥିଲା ସେଠାରେ ବିବନ ଡେମୋ ମଧ୍ୟ ଦେଖାଇଥିଲା ।

୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗ ବେଲଗାଛିଆରେ ଅଞ୍ଜନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଅପରାଧ ଘଟାଇବା ପରେ ବିବନ ଗାଏବ ହୋଇଯାଇଥିଲା । ଅପରାଧରେ ତାକୁ ସହଯୋଗ କରିଥିବା ଦୁଇ ଜଣ ପୋଲିସ ହାତର ଧରା ପଡ଼ିଥିଲେ । ଅପରାଧର ୨୨ ବର୍ଷ ପରେ ବିବନକୁ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରୁ କମିଶନରେଟ୍ ପୋଲିସ୍ ଅପରେସନ୍ ସାଇଲେଣ୍ଟ୍ ଭାଇପରରେ ବିବନକୁ ଧରିବାରେ ସକ୍ଷମ ହୋଇଥିଲା ।

Leave a Reply