ସିବିଆଇ ଜାଲରେ କଳା ଧନର ସୌଦାଗର ଅବସରପ୍ରାପ୍ତ ରେଳ ଅଧିକାରୀ, ମିଳିଲା ୧୭ କେଜି ସୁନା

1 min read

ଭୁବନେଶ୍ୱର: କଳା ଧନର ସୌଦାଗର ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ କିଲୋ କିଲୋ ସୁନା ଦେଖି ଜଳକା ସିବିଆଇ । ପ୍ରମୋଦ ଜେନାଙ୍କ ଘରୁ ମିଳିଲା ୧୭କେଜି ସୁନା । ଇଷ୍ଟକୋଷ୍ଟ ରେଲଓ୍ବେର ପୂର୍ବତନ ପ୍ରିନ୍ସପାଲ୍ ଚିଫ ଅପରେସନ ମ୍ୟାନେଜର ଥିଲେ ପ୍ରମୋଦ ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଏହି ଚଢ଼ାଉକୁ ପୁରିଛି ୧୩ ଦିନ ।

ଭୁବନେଶ୍ବର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ଭୁବନେଶ୍ବରର ୨ଟି, କଟକ ଓ ଜଗତସିଂହପୁରର ଗୋଟିଏ ଲେଖାଏ ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇର ୫ଟି ଟିମ । ୧ କୋଟି ୯୨ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି । ଅବସରପ୍ରାପ୍ତ IRTS ଅଧିକାରୀ ପ୍ରମୋଦଙ୍କ ଠାରୁ ନଗଦ ୧ କୋଟି ୫୭ ଲକ୍ଷ ଟଙ୍କା ଠାବ ହୋଇଛି ।

ସେହିଭଳି ୧୭ କେଜି ସୁନା ବାବୁଙ୍କ ଘରୁ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ଟଙ୍କା । ଅଢେ଼ଇ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ ମଧ୍ୟ ଠାବ କରିଛି ସିବିଆଇ । ଏହି ଚଢ଼ାଉ ସମୟରେ ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଜମା, ପାସପୋର୍ଟ, ସୁନା ଗହଣା, ଗାଡ଼ି, ଜମିଜମା କାଗଜପତ୍ର ଓ ଫ୍ଲାଟର ସନ୍ଧାନ ପାଇଛି ସିବିଆଇ । ଆୟ ଅନୁପାତରେ ଗତ ୧୫ବର୍ଷ ମଧ୍ୟରେ ପ୍ରମୋଦ ଜେନା ଓ଼ ତାଙ୍କ ପରିବାର ଲୋକ କଳା ସମ୍ପତ୍ତି ଠୁଳ କରିଛନ୍ତି ।