ବ୍ୟାଙ୍କ ଠକେଇ ମାମଲାରେ ନିଜ ମୁଖ୍ୟାଳୟରେ ସିବିଆଇ ଯାଞ୍ଚ, ସ୍କାନରରେ ୨ ଡିଏସପି
1 min read
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଗୁରୁବାର ନୂଆଦିଲ୍ଲୀ ସ୍ଥିତ ନିଜ ମୁଖ୍ୟାଳୟରେ ତନଖି କରିଛି । ସିବିଆଇର କିଛି ଅଧିକାରୀ ଲାଞ୍ଚ ନେଇଥିବା ଆଶଙ୍କା କରି ଏହି ଯାଞ୍ଚ ହୋଇଛି । ସ୍କାନରରେ ୨ ଡିଏସପିଙ୍କ ସହ ଅନେକ ଅଫିସର ରହିଛନ୍ତି । ବ୍ୟାଙ୍କ ଠକେଇର ଅଭିଯୁକ୍ତଙ୍କ ଠାରୁ କିଛି ଅଧିକାରୀ ଲାଞ୍ଚ ନେଇଥିବା ସିବିଆଇ ଆଶଙ୍କା କରୁଛି । ଗୁରୁବାର ସକାଳୁ ସିବିଆଇ ଦିଲ୍ଲୀ, ଗାଜିଆବାଦ ସମେତ ଅନ୍ୟ କେତେକ ସ୍ଥାନରେ ରେଡ୍ କରିଛି ।
ସିବିଆଇ ଗାଜିଆବାଦରେ ସିବିଆଇ ଅଧିକାରଙ୍କ ଘରେ ରେଡ୍ କରିଥିଲା । ଉକ୍ତ ଅଧିକାରୀ ଜଣଙ୍କ ଏବେ ସିବିଆଇ ଏକାଡେମୀରେ ମୁତୟନ ଅଛନ୍ତି । ତଦନ୍ତକାରୀ ସଂସ୍ଥା ଗାଜିଆବାଦ ସିବିଆଇ ଏକାଡେମୀରେ କାର୍ଯ୍ୟରତ ଡିଏସପି ରାଙ୍କର ଅଧିକାରୀ ଆରକେ ଋଷି ସହ ୪ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟ ୩ ଜଣ ଡିଏସପି ଆରକେ ସାଙ୍ଗୱାନ ଓ ବ୍ୟାଙ୍କିଂ ସୁରକ୍ଷାର ୨ ଅଧିକାରୀ ବିରୋଧରେ ମାମଲା ହୋଇଛି ।