spot_img

Latest Posts

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଏବେ ଆମେରିକା ଭରସା, ଡାଟା ରିକଭରୀ ପାଇଁ ଗୁୁଗୁଲ ଓ ଫେସବୁକକୁ ନିବେଦନ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୁରିସାରିଥିବା ସତ୍ତ୍ୱେ ଏହାର ସିବିଆଇ ଯାଞ୍ଚ ଜାରି ରହିଛି । ସୂଚନା ମୁତାବକ ସିବିଆଇ ଅଭିନେତାଙ୍କ ଇ-ମେଲ ଏବଂ ସୋସିଆଲ ମିଡିଆରୁ ଡିଲିଟ ହୋଇଥିବା ଡାଟାକୁ ପୁଣି ଥରେ ପାଇବା ପାଇଁ ଆମେରିକା ଠାରୁ ସାହାଯ୍ୟ ମାଗିଛି । ଡାଟା ରିକଭରୀ ପାଇଁ ଗୁଗୁଲ ଏବଂ ଫେସବୁକକୁ ମଧ୍ୟ ନିବେଦନ କରିଛି ସିବିଆଇ ।

ଭାରତ ଏବଂ ଆମେରିକାର ମଧ୍ୟରେ ଏକ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ଯଥା MLAT ରହିଛି । ଏହା ଅଧୀନରେ ଉଭୟ ଦେଶ ପରସ୍ପରକୁ ଘରୋଇ ମାମଲାର ଅନୁସନ୍ଧାନରେ ସୂଚନା ମାଗିପାରିବେ । ସିବିଆଇ ଏହି ତଥ୍ୟରୁ ଏଇୟା ଅନୁସନ୍ଧାନ କରିବାକୁ ଚାହୁଁଛି କି ସୁଶାନ୍ତଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ଅଛି କି?

ମୃତ୍ୟୁର କାରଣ ଆଜିବି ସନ୍ଦେହଜନକ

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ମୁମ୍ବାଇ ପୋଲିସ ଆରମ୍ଭ କରିଥିଲା ଯାହାକି ବର୍ତ୍ତମାନ ସିବିଆଇ ହାତରେ ଅଛି । ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ଅନ୍ୟପକ୍ଷରେ ଆଜି ଯାଏଁ ମଧ୍ୟ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁ ପାଇଁ ନ୍ୟାୟ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶଂସକମାନେ ତାଙ୍କୁ ଅନେକ ଥର ହତ୍ୟା ଷଡଯନ୍ତ୍ରରେ ସନ୍ଦେହ ପ୍ରକଟ କରିଛନ୍ତି । ଏମିତିକି ଦିଶା ସାଲିଆନଙ୍କ ଆତ୍ମହତ୍ୟା ମଧ୍ୟ ସୁଶାନ୍ତ ମାମଲା ସହ ଜଡିତ ଥିବା ପ୍ରଶଂସକ କହିଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ସୁଶାନ୍ତଙ୍କ ବାପା

ମୁମ୍ବାଇ ପୋଲିସ ଏହାର ତଦନ୍ତରେ କହିଛି ଯେ ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ପୀଡିତ ଥିଲେ । ସୁଶାନ୍ତଙ୍କ ଘରୁ ଡିପ୍ରେସନର ଔଷଧ ମଧ୍ୟ ମିଳିଥିଲା, ଯାହା ଆଧାରରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ବୋଲି କହିଥିଲା। ପୁଅର ମୃତ୍ୟୁ ପରେ ତାଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଏବଂ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଥିଲେ।

Latest Posts

Don't Miss