କନିଷ୍ଠ ଯନ୍ତ୍ରୀଙ୍କ ଲାପ୍‌ଟପ୍‌ରେ ୬୬ ଚାଇଲ୍ଡ ପର୍ଣ୍ଣ ଭିଡିଓ, ମୋବାଇଲ୍‌ ଲୋଭ ଦେଖାଇ କରୁଥିଲେ ଦୁଷ୍କର୍ମ !

1 min read
JE Rambhawan

ଉତ୍ତରପ୍ରଦେଶ: ନାବାଳକ ଓ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ଗିରଫ ହୋଇଥିବା ନିଲମ୍ବିତ କନିଷ୍ଠ ଯନ୍ତ୍ରୀ ରାମଭବନଙ୍କ ମାମଲାର ଆଜି ଶୁଣାଣି କରାଯାଇଛି । କୋର୍ଟଙ୍କ ସମ୍ମୁଖରେ ସିବିଆଇ ରାମଭବନଙ୍କୁ ୫ ଦିନିଆ ରିମାଣ୍ଡରେ ମାଗିଥିଲା । ଗୁରୁବାର କୋର୍ଟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମାମଲାର ଶୁଣାଣି ହୋଇଥିଲା । ଏବେ ଅଭିଯୁକ୍ତ ରାମଭବନ ମଣ୍ଡଳ କାରାଗାରରେ କଏଦ ଅଛି । ସିବିଆଇ ରାମଭବନ ଘରୁ ଜବତ କରିଥିବା ୮ଟି ମୋବାଇଲ ଫୋନ୍‌, ପେନ୍‌ଡ୍ରାଇଭ୍‌ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଯାଞ୍ଚ କରୁଛି । ତା’ ନିକଟରୁ ୬୬ ଚାଇଲ୍ଡ ପର୍ଣ୍ଣ ଭିଡିଓ ଓ ୬୦୦ ଫଟୋ ଜବତ କରଯାଇଛି ।

Junior Engineer Ram Bhawan Sexual

୫ରୁ ୧୬ ବର୍ଷ ବୟସ୍କଙ୍କୁ ଥିଲା ଟାର୍ଗେଟ୍‌

ସିବିଆଇ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଇଞ୍ଜିନିୟର, ଗରିବ ପରିବାରର ୫ ରୁ ୧୬ ବର୍ଷ ବୟସର ପିଲାମାନଙ୍କୁ ଟାର୍ଗେଟ୍‌ କରୁଥିଲା । ଏବେ ସୁଦ୍ଧା ସେ ୫୦ ଜଣ ପିଲାଙ୍କୁ ନିଜ ଶିକାର କରିସାରିଛି । କୁନି କୁନି ପିଲାଙ୍କୁ ଯୌନ ଶୋଷଣ କରିବା ସମୟରେ ସେ ମୋବାଇଲରେ ଭିଡିଓ ରେକର୍ଡ କରିବାର ସହ ଫଟୋ ମଧ୍ୟ ଉତ୍ତୋଳନ କରୁଥିଲା । ଏହାପରେ ସେ ଇଣ୍ଟରନେଟ୍ ମାଧ୍ୟମରେ ଡାର୍କ ୱେବ୍‌ରେ ଏହି ଫଟୋ ଓ ଭିଡିଓକୁ ବିକ୍ରି କରୁଥିଲା ।

ମୋବାଇଲ୍ ଲୋଭ ଦେଖାଇ ପିଲାଙ୍କୁ ଫସାଉଥିଲା

ତଦନ୍ତରୁ ଜଣାପଡ଼ିଛି ଯେ, ରାମଭବନ ଅଧିକାଂଶ ଦିନ ମଜୁରିଆ ତଥା ଫୁଟପାଥ୍‌ରେ ଜିନିଷ ବିକ୍ରି କରୁଥିବା କୁନି କୁନି ପିଲାମାନଙ୍କୁ ନିଜ ଜାଲରେ ଫସାଉଥିଲା । ଯେଉଁମାନେ କିଛି ଟଙ୍କା, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ଖାଦ୍ୟ ସାମଗ୍ରୀ କିମ୍ବା ଅନ୍ୟ କୌଣସି ଜିନିଷ ପାଇଁ ଲୋଭ ରଖିଥାନ୍ତି ସେମାନଙ୍କୁ ଅଭିଯୁକ୍ତ ସହଜରେ ଫସାଇଥାଏ । ଆଉ ସେହି କୁନି କୁନି ପାଲାଙ୍କ ସହ ଦୁଷ୍କର୍ମ କରିଥାଏ ।

Junior Engineer Ram Bhawan Sexual

୧୦ ପିଲାଙ୍କୁ ହେବ ପଚରାଉଚରା

ରାମଭବନ, ନିଜ ଘରେ କାମ କରୁଥିବା ପିଲାକୁ ମଧ୍ୟ ଜାଲରେ ଫସାଇଥିଲା । ମୂଳତଃ ବାନ୍ଦା ନିବାସୀ ରାମଭବନର ପୋଷ୍ଟିଂ, ଆଖପାଖ ଅଞ୍ଚଳରେ ହିଁ ରହୁଥିଲା । ଯାହାଫଳରେ ସେ ସେହି ଅଞ୍ଚଳରେ ହିଁ ରହୁଥିଲା । ଏବେ ସିବିଆଇ ପୀଡିତଙ୍କ ଅନୁସନ୍ଧାନ କରି ସେମାନଙ୍କ ବୟାନ୍‌ ରେକର୍ଡ କରିବା ସହ ରାମଭବନ ବିରୋଧରେ ମାମଲାକୁ ଅଧିକ ମଜ୍‌ଭୂତ କରିବା ଉଦ୍ଦେଶ୍ୟରେ ପ୍ରମାଣ ଏକାଠି କରୁଛି ।

Junior Engineer Ram Bhawan Sexual

ସିବିଆଇ ଏବେସୁଦ୍ଧା ୧୦ ଜଣ ପିଲାଙ୍କୁ ଚିହ୍ନଟ କରିସାରିଛି, ଯେଉଁମାନେ ରାମଭବନ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି । ବର୍ତ୍ତମାନ ପୀଡିତଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଚେଷ୍ଟା କରୁଛି ।

ମୋବାଇଲ୍-ଲାପଟପ୍‌ରୁ ୬୬ ପର୍ଣ୍ଣ ଭିଡିଓ, ୬୦୦ ଫଟୋ

ରାମଭବନର ମୋବାଇଲ୍ ଏବଂ ଲାପଟପ୍‌ ଯାଞ୍ଚରୁ ଏବେସୁଦ୍ଧା ୬୬ଟି ଚାଇଲ୍ଡ ପର୍ଣ୍ଣ ଭିଡିଓ ଏବଂ ୬୦୦ ଫଟୋ ଜବତ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ, ଅଭିଯୁକ୍ତ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବ୍ୟବସାୟରେ ଜଡିତ ଥିଲା ।

Junior Engineer Ram Bhawan Sexual

ଭଡ଼ା ଘରକୁ କରିଥିଲା ଅଡ୍ଡା

ସିବିଆଇ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ରାମଭବନ କରବି ନଗରର ଶୋଭା ସିଂହଙ୍କ ପୁରୱା (ଏସଡିଏମ କଲୋନୀ)ରେ ଥିବା ଘରକୁ ଭଡ଼ା ସୂତ୍ରରେ ରଖିଥିଲା । ରାମଭବନଠାରୁ ଆଠ ଲକ୍ଷ ନଗଦ ଟଙ୍କା, ଅନେକ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି କନିଷ୍ଠ ଯନ୍ତ୍ରୀ ରାମଭବନ ବିରୋଧରେ କେହି ମୁହଁ ଖୋଲିବାକୁ ବି ଚାହୁଁନାହାନ୍ତି । କିନ୍ତୁ କିଛି କୁନି ପିଲା ରାମଭବନର କଳାକାରନାମାକୁ ବାସ୍ପରୁଦ୍ଧ କଣ୍ଠରେ ପ୍ରକାଶ କରି ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରିଛନ୍ତି ।

CBI

ଅଭିଯୁକ୍ତ ଇଞ୍ଜିନିୟର ସିବିଆଇର ଜାଲରେ ଫସିଲା କେମିତି ?

ସିବିଆଇ, ଦିଲ୍ଲୀର ସ୍ୱତନ୍ତ୍ର ଶିଶୁ ଯୌନ ଶୋଷଣ ପ୍ରତିରୋଧ ଏବଂ ଅନୁସନ୍ଧାନ ୟୁନିଟ୍‌ର ଅନ୍‌ଲାଇନ୍ ମନିଟରିଂରେ ଅଭିଯୁକ୍ତ ରାମଭବନର କାରନାମା ସାମ୍ନାକୁ ଆସିଥିଲା । ସିବିଆଇ ଟିମ୍ ଦେଢ଼ ମାସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଅଭିଯୁକ୍ତକୁ ଧରିବା ପାଇଁ ୧୬ ଦିନର ଏକ ଜାଲ ବିଛାଇଥିଲା । ରାମଭବନର ଲିଙ୍କ୍‌ ଦିଲ୍ଲୀରୁ ସୋନଭଦ୍ରା ପର୍ଯ୍ୟନ୍ତ ରହିଥିଲା ।

Leave a Reply