ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ରାସ୍ତାରୁ ହଟିବେ ବୁଲା ଗୋରୁ

ଭୁବନେଶ୍ୱର: ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ରାସ୍ତାରୁ ହଟିବେ ବୁଲା ଗୋରୁ । ବୁଲା ଗୋରୁ ଧରିବା ପାଇଁ ଜୋରଦାର ହୋଇଛି ଅଭିଯାନ । ଗତକାଲି ପାଗଣ ଷଣ୍ଢ ମାତିବା ଘଟଣା ପରେ ବୁଲାଗୋରୁଙ୍କୁ ଧରିବା ପ୍ରକ୍ରିୟା ବ୍ୟାପକ କରାଯାଇଛି । ଏହି ଅଭିଯାନରେ ୩ଟି ଜୋନରେ ୪ଟି ଟିମ୍ ନିୟୋଜିତ କରାଯାଇଛି । ଗତକାଲି ରାତିରେ ୩୪ଟି ଷଣ୍ଢ ଓ ଗାଈ ଧରାଯାଇଛି । ଜାମୁକୋଳି ଗୋଶାଳାରେ ସ୍ଥାନ ଅଭାବ ଯୋଗୁ ଧରା ହୋଇଥିବା ଗୋରୁଙ୍କୁ ଜଟଣୀ ଗୋଶାଳାକୁ ପଠାଯାଇଛି ।
ଆଗାମୀ ଦିନରେ ଅଧିକ ଟିମ୍ ନିୟୋଜିତ କରାଯିବା ସହ ଅଭିଯାନକୁ ବ୍ୟାପକ କରାଯିବ । ନିୟମ କଡ଼ାକଡି ପାଳନ ନକଲେ ଗୋରୁମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ଭୁବନେଶ୍ବରରେ ପାଗଳ ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ ।