ବିଲେଇ ରଖୁଥିଲେ ସାବଧାନ! ହୋଇପାରନ୍ତି ଏହି ରୋଗର ସଂକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଅନେକ ମଣିଣ ରହିଛନ୍ତି ଯେଉଁମାନଙ୍କୁ ପଶୁ ପକ୍ଷୀ ରଖିବା ପାଇଁ ଭଲ ପାଆନ୍ତି । ପଶୁପ୍ରେମୀ ମଣିଷ ସାଧାରଣତଃ କମ ଦେଖିବାକୁ ମିଳନ୍ତି । ଅନେକ ଲୋକେ ଘରେ ବହୁ ପଶୁ ପାଳନ୍ତି । ଯେପରିକି ବିଲେଇକୁ ମଧ୍ୟ ଘରେ କିଛି ଲୋକ ପାଳନ୍ତି । କୁହାଯାଏ କି, ବିଲେଇ ପାଳିବା ମଧ୍ୟ ଶୁଭ ହୋଇଥାଏ । ବିପଦ ଆସିବା ପୂର୍ବରୁ ବିଲେଇ ସୂଚନା ଦେଇଥାଏ । ମାତ୍ର ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ୟୁନିଭରସିଟିର ଏକ ଅନୁସନ୍ଧାନର ଅଧ୍ୟୟନରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନର ରିପୋର୍ଟ ମୁତାବକ ବିଲେଇଙ୍କଠାରୁ ସିଜୋଫ୍ରିନିଆ ସଂକ୍ରମଣ ହୋଇଥାଏ । ଯାହାକି ଏକ ଭୟଙ୍କର ସଂକ୍ରମଣ ବୋଲି ମଧ୍ୟ କୁହାଯାଏ ।

 ସିଜୋଫ୍ରିନିଆ କ’ଣ? ଏହା କେତେ ଭୟଙ୍କର?

ଏହା ଏକ ସାଙ୍ଘାତିକ ରୋଗ । ବିଲେଇଙ୍କ ସହ ମିଶିବା ଦ୍ବାରା ଏହି ସଂକ୍ରମଣ ହୋଇଥାଏ । ଏହାଦ୍ବାରା ମଣିଷ ସବୁବେଳେ ସନ୍ଦେହ କରେ  ଏବଂ ଆଚରଣରେ ପରିବର୍ତ୍ତନ ଆସିଥାଏ । ଏହି ରୋଗରେ ପିଡ଼ିତ ବ୍ୟକ୍ତିଙ୍କ ମନରେ ସମସ୍ତଙ୍କ ପ୍ରତି ସନ୍ଦେହ ଆସିଥାଏ । ଏପରିକି ଲାଗିଥାଏ କି, ତାଙ୍କ ପଛରେ ସମସ୍ତେ କଥା ହେଉଛନ୍ତି  ଏବଂ ଷଡ଼ଯନ୍ତ୍ର କରୁଛନ୍ତି । ତେବେ ଦୀର୍ଘଦିନ ବିଲେଇଙ୍କ ସସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ଏହାଦ୍ବାରା ମନରେ ନକରାତ୍ମକ ଚିନ୍ତାସବୁ ପଶିଥାଏ । ମଣିଷ ସବୁବେଳେ ଚିନ୍ତାରେ ମଧ୍ୟ ରହିଥାଏ ଏବଂ ଭୁଲ ନିଷ୍ପତ୍ତି ନେଇଥାଏ । ୪୪ ବର୍ଷ ଧରି ଏହି ଅନୁଧ୍ୟାନ ପରେ ଏପରି ରିପୋର୍‌ଯ ପ୍ରକାଶ ପାଇଥିବା କୁହାଯାଉଛି । ତେବେ ପ୍ରାୟତଃ ଯୁବପିଢ଼ୀମାନେ ଏଭଳି ରୋଗର ଶିକାର ମଧ୍ୟ ହୋଇଥାନ୍ତି ।