ବଡ଼ବାବୁଙ୍କ ନାଁରେ ଟଙ୍କା ନେଉଛନ୍ତି କ୍ୟାସିଅର, ଭିଡିଓ ଭାଇରାଲ୍

Cashier Taking Bribe On Name Of Higher Officer In Mayurbhanj

ବାରିପଦା: ଟଙ୍କା ଦିଅ, କାମ ନିଅ । ପିସି ନଦେଲେ କାମ ହେବନି । ବିଲ୍‌, ଏଷ୍ଟିମେଟ୍‌ କି ପ୍ରକଳ୍ପର ଅର୍ଥ ପାସ ହେବନି କି କାମ ବି ମିଳିବନି । ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପଦାରେ ପଡ଼ିଛି ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଦୁର୍ନୀତିର ଗୁମର । ଯାହାର ଏକ୍ସକ୍ଲୁସିଭ ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଭାଇରାଲ୍ ଭିଡିଓରେ ଠିକାଦାରଙ୍କଠାରୁ ବିଡ଼ା ବିଡ଼ା ଟଙ୍କା ଲାଞ୍ଚ ନେଉଛନ୍ତି ବାବୁ । ବଡ଼ବାବୁଙ୍କ ନାଁରେ ଟଙ୍କା ନେଉଛନ୍ତି ଦୁର୍ନୀତିଖୋର କ୍ୟାସିଅର ରମାକାନ୍ତ ମହାନ୍ତ ।

 Cashier Taking Bribe On Name Of Higher Officer In Mayurbhanj

ଟଙ୍କା ବିଡ଼ା ଗଣି ଗଣି କ୍ୟାସିୟର ବାବୁ ରଖୁଛନ୍ତି । କହୁଛନ୍ତି, ଏଥିରେ ସମସ୍ତଙ୍କର ଭାଗ ଅଛି । କାହାକୁ କିଛି କହିବନି, ସବୁ ବିଲ୍ ପାସ ହୋଇଯିବ, ନହେଲେ ତୁମ କାମ ପଡ଼ି ରହିବ । କ୍ୟାସିୟର ମୋଟା ଟଙ୍କାର ବିଡ଼ା ନେଇ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଡ୍ର’ୟରରେ ରଖୁଛନ୍ତି । ଏଥିରୁ ସ୍ପଷ୍ଟ, ଦୁର୍ନୀତିର ଚେର ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିଛି ।

 Cashier Taking Bribe On Name Of Higher Officer In Mayurbhanj

ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରିଥିବା ବେଳେ ଏହି ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ପାଇଁ ସାଧାରଣ ଗରିବ ଲୋକ ହକ୍ ପାଉନାହାନ୍ତି । ତେବେ ଏହି ଭାଇରଲ ଭିଡିଓ ୨ ବର୍ଷ ତଳର ବୋଲି ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି । ସେପଟେ ଲାଞ୍ଚ କାରବାରକୁ ଖଣ୍ଡନ କରିବା ସହ ଏହା ଲାଞ୍ଚ ନୁହେଁ, ଟେଣ୍ଡର ପଇସା ନିଆଯାଇଥିବା କହିଛନ୍ତି କ୍ୟାସିଅର ରମାକାନ୍ତ ମହାନ୍ତ ।

Leave a Reply