କଟକ ପରେ ଢେଙ୍କାନାଳରେ ଏଟିଏମ ଲୁଟେରା ବୁଲାଇଲେ କଳାକନା

ଢେଙ୍କାନାଳ: ଶତ ଆକ୍ସନ ସତ୍ୱେ କମୁନି ଲୁଟ । ଥମୁନି ଅପରାଧ । କଟକ ପରେ ଏବେ ଢେଙ୍କାନାଳରେ କଳାକନା ବୁଲାଇଛନ୍ତି ଏଟିଏମ ଲୁଟେରା । ମୋଟଙ୍ଗା ଥାନା ନିମବାହାଲିରେ ଏଟିଏମ୍ରୁ ଆଜି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍ କରିଛନ୍ତି ଲୁଟେରା ।
ଖବର ଅନୁଯାୟୀ ଗ୍ୟାସ କଟରରେ କାଟି ଏଟିଏମ୍ରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ସଦର ଏସଡିପିଓ ପହଁଚି ତଦନ୍ତ କରୁଛନ୍ତି। ଢେ଼ଙ୍କାନାଳ ଏସପି ଓ ଆଇଜି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଲୁଟେରାଙ୍କୁ ଧରିବା ପାଇଁ ୩ଟି ଟିମ ତନାଘନା କରୁଛି। ଗତକାଲି ଏଟିଏମ୍ରେ ଟଙ୍କା ଭର୍ତ୍ତି କରାଯାଇଥିଲାବେଳେ ଆଜି ଘଟିଛି ଏଭଳି ସାଙ୍ଘାତିକ ଲୁଟ ।