କର୍ମକ୍ଷେତ୍ରରେ କାହିଁକି ବଢ଼ୁଛି ଯବାନଙ୍କ ଆତ୍ମହତ୍ୟା ମାମଲା ?

1 min read
Cases Of Suicide Among Soldiers While On Duty Increased

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଯବାନଙ୍କ ଆତ୍ମହତ୍ୟା ମାମଲା । ଯାହାକି ଚିନ୍ତାଜନକ ବିଷୟ । ଏହାଛଡ଼ା ଆତଙ୍କବାଦ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ଯବାନଙ୍କ ସହିଦ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଖବର ଅନୁସାରେ, ସହିଦ ହେଉଥିବା ଯବାନଙ୍କ ମଧ୍ୟରୁ ଅଧିକାଂଶ ସିଆରପିଏଫର ।

Cases Of Suicide Among Soldiers While On Duty Increased
FILE

ତଥ୍ଯ ଅନୁସାରେ, ଜମ୍ମୁକାଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରୁ ନେଇ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗତ ୩ ବର୍ଷରେ ୯୫୦ ଜଣ ଯବାନ କର୍ମକ୍ଷେତ୍ରରେ ସହିଦ ହୋଇଛନ୍ତି । ସେହିଭଳି ୨୦୨୧ ମସିହାରେ ୧୫୩ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି । ଏଥିରେ ୫୬ ଜଣ ଯବାନ ସିଆରପିଏଫର ହୋଇଥିବା ବେଳେ ୪୧ ଯବାନ ବିଏସଏଫର । ନକ୍ସଲ ପ୍ରଭାବିତ ଅଞ୍ଚଳରେ ସହିଦ ଯବାନଙ୍କ ସଂଖ୍ୟା ୫୭ ପ୍ରତିଶତ ରହିଛି ।

୨୦୧୯ ମସିହାରେ ୧୫ ଗେଜେଟେଡ୍ ଅଫିସର ସମେତ ୬୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨୦୨୦ରେ ୧୪ ଗେଜେଟେଡ୍ ଅଫିସର ସମେତ ୬୯୧ ଯବାନ ଓ ୨୦୨୧ରେ ୧୮ ଗେଜେଟେଡ୍ ଅଫିସର ସମେତ ୭୨୯ ଜଣ ଯବାନ ସହିଦ ହୋଇଛନ୍ତି ।

Cases Of Suicide Among Soldiers While On Duty Increased
FILE

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୦ ମଧ୍ୟରେ ଗୁଳି ବିନିମୟ ତୁଳନାରେ ବିଏସଏଫ୍, ସିଆରପିଏଫ୍ ଓ ଏସଏସବି ସହିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଯବାନ ଆତ୍ମହତ୍ୟା କାରଣରୁ ପ୍ରାଣ ହରାଇଛନ୍ତି । ଆତ୍ମହତ୍ୟା ଯୋଗୁ ୬୮୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଳି ବିନିମୟରେ ୩୨୩ ଜଣ ସହିଦ ହୋଇଛନ୍ତି । ଅର୍ଥାତ୍ ସହିଦ ସଂଖ୍ୟାର ୨ ଗୁଣରୁ ଅଧିକ ଯବାନ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟାର କାରଣ ?

ପୂର୍ବତନ ଏଡିଜି ପିକେ ମିଶ୍ରାଙ୍କ ଅନୁସାରେ, ଅନେକ ସମୟରେ ଯବାନଙ୍କୁ ଉନ୍ନତମାନର ଅସ୍ତ୍ରଶସ୍ତ୍ର ନଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରିକି ଏସଓପି ପାଳନରେ ଟିକିଏ ଅସାବଧାନତା ବହୁତ ଭାରି ପଡ଼େ । ଏହା ଛଡ଼ା ପାରିବାରିକ କାରଣରୁ ଯବାନ ଆତ୍ମହତ୍ୟା କରିଥାନ୍ତି । ଦୁର୍ଗମ ଅଞ୍ଚଳରେ ବିଭିନ୍ନ ରୋଗରେ ଯବାନଙ୍କ ମୃତ୍ୟୁ ହୋଇଥାଏ ।

Cases Of Suicide Among Soldiers While On Duty Increased
FILE

ସହିଦ ହେଲେ ସହାୟତା

  • ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷରୁ ନେଇ ୪୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଏ ।
  • ଭାରତର ବୀର ପୋର୍ଟାଲରେ ୧୫ ଲକ୍ଷ ଟଙ୍କା ଯାଏ ସାର୍ବଜନୀନ ଅଂଶଧନ ମିଳିଥାଏ ।
  • ସହିଦ ହୋଇଥିବା ବିବାହିତ ବୀର ଯବାନଙ୍କ ବାପା, ମାଆଙ୍କୁ ଭାରତ ବୀର କର୍ପସରୁ ୧୦ ଟଙ୍କାର ଅତିରିକ୍ତ ସହାୟତା ମିଳିଥାଏ ।