ବଞ୍ଚି ଥାଉ ଥାଉ ସ୍ତ୍ରୀର ଶୁଦ୍ଧିକ୍ରିୟା କଲା ସ୍ବାମୀ, ଥାନାରେ ମାମଲା

ଖଣ୍ଡପଡା: ସ୍ତ୍ରୀ ବଞ୍ଚି ଥାଉଥାଉ,ସ୍ୱାମୀ କରୁଛି ଶୁଦ୍ଧକ୍ରିୟା । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଯୋଗିଆପଲ୍ଲୀ ପଞ୍ଚାୟତ ଜାମୁସାହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଙ୍ଗନବାଡ଼ି କର୍ମୀ ସୁଷମା ପ୍ରଧାନ ବଞ୍ଚି ଥାଉ ଥାଉ ତାଙ୍କ ସ୍ୱାମୀ ଶୁଦ୍ଧକ୍ରିୟା କରିବା ଏବଂ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ନୂଆଗାଁ ବ୍ଲକ ଶିମିଳିସାହିର ସୁଷମା ପ୍ରଧାନ ଖଣ୍ଡପଡ଼ା ଜାମୁସାହିର ଖଗେଶ୍ଵର ପ୍ରଧାନଙ୍କୁ ୨୦୦୬ ମସିହାରେ ବିବାହ କରିଥିଲେ ।

ଖଗେଶ୍ଵର ଏବଂ ତାଙ୍କ ପରିବାର ବିଭିନ୍ନ ସମୟରେ ସୁଷମାଙ୍କୁ ନିର୍ଯାତନା ଦେଉଥିବା ସୁଷମା ଅଭିଯୋଗ କରିଛନ୍ତି । ବାପଘରୁ ଅର୍ଥ ଆଣିବାକୁ କହିବା ସହ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ସୁଷମା । ବଞ୍ଚି ଥାଉ ଥାଉ ତାଙ୍କର ଶୁଦ୍ଧିକ୍ରିୟା କରି ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଖଣ୍ଡପଡ଼ା ପୋଲିସ ସ୍ୱାମୀ ଖଗେଶ୍ୱର ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।