ୱେସ୍କୋ ଉପଭୋକ୍ତାଙ୍କଠାରୁ ବିଲ୍ ଟଙ୍କା ନେଇ ଆଦାୟକାରୀ ଫେରାର

1 min read

କଳାହାଣ୍ଡି: ଉପଭୋକ୍ତଙ୍କଠାରୁ ବିଦ୍ୟୁତ୍ ବିଲ୍ ଟଙ୍କା ଆଦାୟ ହେଲା । କିନ୍ତୁ ଓସ୍କୋ ଖାତାକୁ ଟଙ୍କା ଗଲାନି । ଟଙ୍କା ଗଲା ଆଦାୟକାରୀଙ୍କ ପକେଟକୁ । ଏଭଳି ଚାଞ୍ଚଲ୍ୟକର ଘୋଟାଲ ଘଟିଛି କଳାହାଣ୍ଡି ଜିଲ୍ଲାରେ । ଆଭିଯୋଗ ଅନୁସାରେ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍ ଦେୟ ବାବଦରେ  ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନିଜ ପକେଟ୍ ଗରମ କରିଛନ୍ତି  ରୂପେଶ ବେହେରା ନାମକ  ବିଲ୍ ଆଦାୟକାରୀ । କୁସୁମୁଖୁଣ୍ଟି ଡିଭିଜନ ବିଦ୍ୟୁତ ଏସଡିପି ପ୍ରଦୀପ କୁମାର ଦାସ ଥାନାରେ ଏତଲା ଦେବାପରେ ମାମଲା ସାମନାକୁ ଆସିଛି ।

ଜୁନାଗଡ଼ ଥାନା ଅମ୍ବାଦଳା ଗାଁର ରୂପେଶ ୱେସ୍କୋ (WESCO)ର ଜୟପାଟଣା ଓ କୋକସରା ସେକ୍ସନ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରିବାର କାର୍ଯ୍ୟାଦେଶ ପାଇଥିଲେ। ସେ ସେଠାକାର ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ନିୟମିତ ଟଙ୍କା ମଧ୍ୟ ଆଦାୟ କରୁଥିଲେ । କିନ୍ତୁ ଆଦାୟ ଟଙ୍କାକୁ ବିଭାଗକୁ ଦେବା ବଦଳରେ ନିଜେ ରଖୁଥିଲେ ।  ସେ କେବଳ ଜାନୁଆରି ମାସର ଟଙ୍କା ଦେଇଥିଲେ । ଫେବୃଆରୀ ମାସର ୭ଲକ୍ଷ ୫ହଜାର ୮୯୩ ଟଙ୍କା ଜମା ନଦେଇ କୁଆଡେ ଚମ୍ପଟ ମାରିଥିଲେ।

ଫେବ୍ରୁଆରି ବିଲ୍ ପୈଠ ନହେବା ପରେ WESCO ପକ୍ଷରୁ ଛାନଭିନ୍ କରାଯାଇଥିଲା । ଖୋଲତାଡରୁ ରୁପେଶଙ୍କ କଳା କାରନାମା ଉପରୁ ପରଦା ଉଠିଥିଲା । ଏହା ମଧ୍ୟ ଜଣା ପଡିଥିଲା ଯେ, ସେ ବିଲକୁ ଛାଡି ଅନ୍ୟାନ୍ୟ କାରଣ ଦର୍ଶାଇ ଉପଭୋକ୍ତାଙ୍କଠାରୁ ମୋଟା ରକମର ଟଙ୍କା ଆଦାୟ କରିଛନ୍ତି ।  ଏଥିପାଇଁ ନକଲି ରସିଦ୍ ମଧ୍ୟ ଦେଇଥିବା ଜଣା ପଡିିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରୁପେଶ ଫେରାର ଅଛନ୍ତି ।

 

 

Leave a Reply