ଆଲିୟା ଭଟ୍ଟ, ମହେଶ ଓ ମୁକେଶ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ

1 min read
case filed against Mahesh Bhatt and Mukesh Bhatt & Alia Bhatt of hurting Hindu sentiments

ମୁଜାଫରପୁର: ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ପରେ ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଛି । ମହେଶ ଭଟ୍ଟ ସୁଶାନ୍ତଙ୍କୁ ପରବିନ୍ ବାବିଙ୍କ ସହ ମଧ୍ୟ ତୁଳନା କରିଥିଲେ । ସୁଶାନ୍ତ ଦୁନିଆ ଛାଡି ଯିବା ପରେ ଏମିତି ଅନେକ ତଥ୍ୟ ସାମ୍ନାକୁ ଆସିଛି । ନେପୋଟିଜମ୍ ର ମଧ୍ୟ ଶିକାର ହୋଇଛନ୍ତି ଫିଲ୍ମମେକର ମହେଶ ଭଟ୍ଟ ।

ହେଲେ ଏବେ ଉଭୟ ଭାଇ ଓ ତାଙ୍କ ଝିଅ ନେଇ ଏକ ସଙ୍ଗୀନ ଅଭିଯୋଗ କରାଯାଇଛି । ଫିଲ୍ମ ସଡକ-୨ରେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଅଭିନେତ୍ରୀ ଆଲିଆ ଭଟ୍ଟ, ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ବିରୋଧରେ ବିହାରର ମୁଜାଫରପୁରରେ ମାମଲା ରୁଜୁ କରାଯାଇଛି ।

୨୯୫A ଏବଂ ୧୨୦ B ଧାରା ଅନୁଯାୟୀ ଆଲିଆ, ମହେଶ ଏବଂ ମୁକେଶ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଫିଲ୍ମ ସଡକ-୨ ପୋଷ୍ଟରରେ କୈଲାଶ ପର୍ବତର ଚିତ୍ର ବ୍ୟବହାର କରାଯାଇଛି । ଏହା ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।

ସଂଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଫିଲ୍ମ ସଡକର ରିମେକ୍‌ ହେଉଛି ଏହି ଫିଲ୍ମ । ସଡକ ରିମେକ୍‌ରେ ସଂଜୟ ଦତ୍ତଙ୍କ ସ୍ଥାନରେ ଆଦିତ୍ୟ ରଏ କପୁର ଓ ପୂଜା ଭଟ୍ଟଙ୍କ ସ୍ଥାନରେ ତାଙ୍କ ଭଉଣୀ ଆଲିୟା ଅଭିନୟ କରିବେ। ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆଦିତ୍ୟ ଓ ଆଲିୟାଙ୍କ ବିପକ୍ଷରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିବେ।

୯୦ ଦଶକରେ ରିଲିଜ ହୋଇଥିବା ଫିଲ୍ମ ସଡକ ବେଶ ହିଟ୍‌ ହୋଇଥିଲା। ସେହି ସମୟରେ ପୂଜା ଓ ସଂଜୟ ବକ୍ସଅଫିସ୍‌ରେ ଧମାଲ କରିଥିଲେ। ଏହି ଚଳଚ୍ଚିତ୍ରରେ ଜିଶୁ ସେନଗୁପ୍ତା, ମକରନ୍ଦ ଦେଶପାଣ୍ଡେ, ଗୁଲଶନ ଗ୍ରୋଭର ଏବଂ ମହମ୍ମଦ ଇକବାଲ ଖାନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply