ନନ୍ଦିଘୋଷ ଟିଭି ପ୍ରଭାବ: ମାମଲା ରୁଜୁ କଲା ସିଂହଦ୍ୱାର ଥାନା ପୋଲିସ

1 min read

ନନ୍ଦିଘୋଷ ଟିଭିର ପ୍ରଭାବ । ଶ୍ରୀମନ୍ଦିର ଉପରେ ବେଆଇନ୍‌ ଡ୍ରୋନ୍‌ ଉଡ଼ାଣ ନେଇ ମାମଲା ରୁଜୁ କଲା ସିଂହଦ୍ଵାର ଥାନା । ଅର୍ବାନ ରିଲାକ୍ସ ଭିଡିଓ ମେକର ଗ୍ରୁପ୍‌ ଭିଡିଓ ଉତ୍ତୋଳନ କରିଥିଲା । କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୨୫ ତାରିଖରେ ଅଭିଯ଼ୋଗ କରିଥିଲେ ଭଏସ୍‌ ଅଫ୍ କମନ୍‌ ମ୍ୟାନ୍‌ର ଆବାହକ ହେକ୍‌ଟର ମିଶ୍ର । ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଣ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଭଏସ ଅଫ କମନ ମ୍ୟାନ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଅଭିଯ଼ୋଗ କରାଯାଇଥିଲା । ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଣ ଓ ଚିତ୍ର ଉତ୍ତୋଳନ ସହ ସୋସିଆଲ ମିଡିଆରେ ଭାଇରାଲ କରିବା ସାଇବର ଅପରାଧ । ଯାହା ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ଆଇନ ଉଲ୍ଲଙ୍ଘନ ହୋଇଥିବା ଅଭିଯ଼ୋଗରେ ଉଲ୍ଲେଖ ହୋଇଛି । ସମ୍ପୃକ୍ତ ସଂସ୍ଥା ଉତ୍ତୋଳନ କରିଥିବା ଭିଡିଓକୁ ସୋସିଆଲ ମିଡିଆ ତଥା ୟୁ ଟୁ୍ୟବ୍‌ରେ ପ୍ରଦର୍ଶିତ କରିଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରା ଯାଇଥିଲା ।.. ')}

Leave a Reply