ରାମଗୋପାଲଙ୍କ ବିରୋଧରେ ରାଇରଙ୍ଗପୁରରେ ଏତଲା
1 min readମୟୁରଭଞ୍ଜ: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା । ରାମ ଗୋପାଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନାରେ ଏତଲା। ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ସୋସିଆଲ ମିଡିଆରେ ରଅନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଦେଶବ୍ୟାପୀ ରାମଗୋପାଲଙ୍କୁ ସମାଲୋଚନା କରାଯାଇଥିଲା । ଜଣେ ଫିଲ୍ମ ନିର୍ମାତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଥିଲେ ସାଧାରଣ ଲୋକେ । ଆଜି ରାଇରଙ୍ଗପୁର ବିଜେପି ପକ୍ଷରୁ ଟାଉନ ଥାନାରେ ଏକ ଏତଲା ଦିଆଯାଇଛି।
If DRAUPADI is the PRESIDENT who are the PANDAVAS ? And more importantly, who are the KAURAVAS?
— Ram Gopal Varma (@RGVzoomin) June 22, 2022
ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟ ଦେଇ ସାରା ଦେଶରେ ଅପମାନିତ କରାଯିବା ପରି ଘୃଣ୍ୟ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ଥାନୀୟ ବିଜେପି ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ଏପରି ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜ ଓ ନାରୀ ଜାତି ପ୍ରତି ଅସୁୟା ମନୋଭାବର ପରିଚୟ ପ୍ରଦାନ କରୁଛି। ରାମ ଗୋପାଳ ବର୍ମାଙ୍କୁ ଗିରଫ କରା ନଗଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ବିଜେପି ।
ମିଳିଥିବା ସୂଚନା ମୁତାବକ, ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ କି, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ ? ତାଙ୍କର ଏପରି ଟ୍ୱିଟ ପରେ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା । ତେବେ ଫିଲ୍ମ ନିର୍ମାତା ରାମଗୋପାଲ ବର୍ମାଙ୍କ ବିରୋଧରେ ତେଲେଙ୍ଗାନାରେ ମଧ୍ୟ ବିରୋଧ ଦେଖାଯିବା ସହ ତାଙ୍କ ବିରୋଧରେ ଏତଲା ଦିଆଯାଥିଲା ଆଜି ରାଇରଙ୍ଗପୁରରେ ଦିଆଯାଇଛି ଏତଲା ।