ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ଆର ପିନିତୀଙ୍କ ବିରୋଧରେ ଚାର୍ଜସିଟ୍

ନନ୍ଦିଘୋଷ ବ୍ୟୁରୋ: ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲାରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି । ଆଉ ଏହି ଚାର୍ଜସିଟ୍ ଦାଖଲ ହୋଇଛି ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ଆର ପିନିତୀଙ୍କ ବିରୋଧରେ । ଏହି ଚର୍ଚ୍ଚିତ ୟୁଟ୍ୟୁବର ଜଣଙ୍କ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ନା ଦୀପ୍ତି ଆର ପିନିତୀ । ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟୋଜିତ ବୋଲି ଦୀପ୍ତି ଆର ପିନିତୀ ଦାବି କରିଛନ୍ତି । ଆଉ ସେ ଏକ ଦସ୍ତାବିଜ ଦେଖାଇଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ ସମ୍ବନ୍ଧୀୟ ଦସ୍ତାବିଜ ରହିଥିଲା । ଏହି ମାମଲାରେ ଭାରତ ଏବଂ ୟୁଏଇ ସରକାର ମଧ୍ୟରେ ଭିତିରିଆ ବୁଝମଣା ରହିଛି । ଏବଂ ଏହି ମୃତ୍ୟୁର ଅସଲ ଉଦ୍ଦେଶ୍ୟକୁ ଚପାଇ ଦିଆଯାଉଛି ବୋଲି ଦାବି କରିଥିଲେ ୟୁଟ୍ୟୁବର ଜଣଙ୍କ । ଏହାକୁ ନେଇ ମୁମ୍ବାଇର ଆଇନଜୀବୀ ଚାନ୍ଦନି ଶାହ ଗତବର୍ଷ ଆପତି କରିଥିଲେ । ଆଇନଜୀବୀ ଜଣଙ୍କ ୟୁଟ୍ୟୁବର ଦୀପ୍ତୀ ଏବଂ ତାଙ୍କ ଆଇନଜୀବୀ ଭାରତ ସୁରେଶ କାମାଥଙ୍କ ନାମରେ ଅଭିଯୋଗ କରିଥିଲେ । ପରେ ସିବିଆଇ ଉଭୟଙ୍କ ନାମରେ ମାମଲା ରୁଜୁ କରିଛି ।

ସିବିଆଇ ହୃଦବୋଧ କରିଛି ଯେ ଶ୍ରୀଦେବୀ ମୃତ୍ୟୁ ମାମଲାରେ ଦୀପ୍ତୀ ଯେଉଁ ଦସ୍ତାବିଜ ଦର୍ଶାଇଛନ୍ତି ତାହା ନକଲି ଅର୍ଥାତ୍ ଜାଲ୍ । ହେଲେ ଦୀପ୍ତୀ ଜାତୀୟ ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସିବିଆଇ ତାଙ୍କ ବୟାନ ରେକର୍ଡ କରି ନାହିଁ । ଚାର୍ଜସିଟକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଚାର୍ଜଫ୍ରେମ୍ ବେଳେ ସେ କୋର୍ଟଙ୍କୁ ଆବଶ୍ୟକ ପ୍ରମାଣ ଦେବେ ବୋଲି କହିଛନ୍ତି । ଯେଉଁ ସରକାର ବିରୋଧରେ ଅଭିଯୋଗ ଆସିଛି ତାକୁ ସୁରକ୍ଷା ଦେବାକୁ ଯାଇ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି ବୋଲି ଦୀପ୍ତୀ ଅଭିଯୋଗ କରିଛନ୍ତି । ଏହି ମାମଲାରେ ସିବିଆଇ ଗତବର୍ଷ ଡିସେମ୍ବର ୨ରେ ରେ ରେଡ୍ କରିଥିଲା । ୟୁଟ୍ୟୁବର ଦୀପ୍ତୀଙ୍କ ବାସଭବନରେ ଚଢାଉ କରି ମୋବାଇଲ୍ ଏବଂ ଲାପଟପ୍ ଜବତ କରିଥିଲା ।