ଅଡୁଆରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା, ପତ୍ନୀଙ୍କୁ ମାରପିଟ୍ କରୁଥିବା ନେଇ ମାମଲା ରୁଜୁ

1 min read

ନୂଆଦିଲ୍ଲୀ: ଅଡୁଆରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା । ତାଙ୍କ ବିରୋଧରେ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ନେଇ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବର ୬ ତାରିଖରେ ୟାନିକାଙ୍କୁ ଲଲିତ ମାନଗର ହୋଟେଲରେ ବିବାହ କରିଥିଲେ ବିବେକ ବିନ୍ଦ୍ରା । ପରବର୍ତ୍ତୀ ସମୟରେ ଗତ ୧୪ ତାରିଖରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ନୋଏଡା ଥାନା ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ତାଙ୍କ ବିରୋଧରେ IPC ଧାରା ୩୨୩, ୫୦୪, ୪୨୭, ୩୨୫ରେ ମାମଲା ରୁଜୁ ହୋଇଛି ।

ତେବେ ବିଜନେଶ ଗୁରୁ ନାଁରେ ପରିଚିତ ବିବେକ ବାନ୍ଦ୍ରା । ବିବେକ ଜଣେ ୟୁଟ୍ୟୁବର ସହ ଜଣେ ବଡ ବ୍ୟବସାୟୀ ମଧ୍ୟ ।

ବିବେକ ବିନ୍ଦ୍ରଙ୍କ ଶଳା ବୈଭବ କ୍ୱାତ୍ରା ନୋଏଡା ଥାନା ସେକ୍ଟର ୧୨୬ ଅଞ୍ଚଳରେ ଅଭିଯୋଗ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଭଉଣୀ ବିବେକ ବିନ୍ଦ୍ରାଙ୍କୁ ଡିସେମ୍ବର ୬ ବିବାହ କରିଥିଲେ । ସେ ନୋଏଡାର ସୁପରନୋଭା ୱେଷ୍ଟ୍ ରେସିଡେନ୍ସି ୪୨୦୯ ପ୍ଲେଟ୍ ସେକ୍ଟର ୯୪ରେ ରହୁଛନ୍ତି । ବିବେକ ତାଙ୍କ ପତ୍ନୀଙ୍କୁ ମାରୁଥିବା ନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।