spot_img

Latest Posts

ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ନାଁରେ ସାଂଘାତିକ ଅଭିଯୋଗ

ରାଜନଗର: ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କୁ ନ ଜଣାଇ ସୁନା ନିଲାମ କରିଦେଲା ଘରୋଇ ଫାଇନାନ୍ସ ସଂସ୍ଥା। ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ନାମକ ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। କେନ୍ଦ୍ରାପଡ଼ା ରାଜନଗର ସ୍ଥିତ ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ନାଁରେ ଆସିଛି ଏ ସାଂଘାତିକ ଘୋଟାଲା। ନିଜେ ଫାଇନାସ ସଂସ୍ଥାର ଶାଖା ପରିଚାଳକ ଏ ଅନିୟମିିତତା କରିଥିବା ମାନିଛନ୍ତି। ରିଜିଓନାଲ ମ୍ୟାନେଜର ଜୋର ଜବରଦସ୍ତ ଡରାଇ ଧମକାଇ ଏହି ସୁନା ନିଲାମ କରିବାକୁ ବାଧ୍ୟ କରିଥିଲେ ବୋଲି କହିଛନ୍ତି ଫାଇନାନ୍ସ ସଂସ୍ଥା ଶାଖା ପରିଚାଳକ। ରାଜନଗର ବ୍ଲକ କୋଇଲିପୁର ଅଂଚଳର ଦିଲ୍ଲୀପ କୁମାର ବେହେରା ତାଙ୍କ  ଓ ପତ୍ନୀ ମୌସୁମୀ ପ୍ରିୟଦର୍ଶିନୀ ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ ୨୦୨୩ ଫେବୃୟାରୀ ୧୦ତାରିଖରେ ୨୧୦ ଗ୍ରାମ ସୁନା ବନ୍ଧକ ରଖି ୮ ଲକ୍ଷ ୧୦ ହଜାର ଟଙ୍କା ଋଣ ନେଇଥିଲେ। ନଭେମ୍ବର ୨୦୨୩ରେ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଜମା ମଧ୍ୟ କରିଛନ୍ତି। ବାକି ଟଙ୍କା ପରିଶୋଧ କରି ସୁନା ମୁକୁଳାଇବାକୁ ଗଲାବେଳେ ସୁନା ନିଲାମ ହୋଇଛି ଜାଣିବାକୁ ପାଇଥିଲେ। ଏ ନେଇ ମୌସୁମୀ ପ୍ରିୟଦର୍ଶିନୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଗରେ ବ୍ରାଞ୍ଚ ମ୍ୟାନେଜର ତାଙ୍କୁ ଡରାଇ ଧମକାଇ ସୁନା ଦେବାକୁ ରିଜିଓନାଲ ମ୍ୟାନେଜର କହିଥିବା କହିଛନ୍ତି। ପୋଲିସକୁ ବ୍ରାଂଚ ମ୍ୟାନେଜର ଲେଖିକି ଏହି ସୂଚନା ଦେବା ପରେ କେଳେଙ୍କାରୀକୁ ସାମ୍ନାକୁ ଆସିଛି।

Latest Posts

Don't Miss