ଲକଡାଉନରେ ଘରେ ବସି ‘ବାମ୍ଫ’ ଦେଖୁଛି ନଟିଆ…

ଭୁବନେଶ୍ୱର: ୟୁଟ୍ୟୁବ ଏକ ଏମିତି ପ୍ଲାଟଫର୍ମ ଯେଉଁଠାରେ ଡାନ୍ସର, ଗାୟକ, ସେଫ୍ ତଥା ଅନ୍ୟାନ୍ୟ ପ୍ରତିଭା ଦେଖିବାକୁ ମିଳେ । ଏହା ବ୍ୟତୀତ ଲୋକେ ୟୁଟ୍ୟୁବରେ ଫିଲ୍ମ ମଧ୍ୟ ଦେଖନ୍ତି । ତେବେ ୟୁଟ୍ୟୁବ୍ ରେ ଆଉ ଏକ ଜିନିଷ ଏବେ ଟ୍ରଣ୍ଡିଂ ହୋଇଛି । ତାହା ହେଉଛି ନଟିଆ କାର୍ଟୁନ୍ । ଡିଜିଟାଲ ପ୍ଲାରଫର୍ମର ଏହି ନଟିଆ ଶୋ’ ଆଜିକାଲି ପିଲାମାନଙ୍କ ମଧ୍ୟରେ ବେଶ ପ୍ରସିଦ୍ଧ । କେବଳ ସେତିକି ନୁହେଁ ବୟସ୍କ ଲୋକ ଓ ମଧ୍ୟମ ବର୍ଗର କିଛି ଲୋକେ ମଧ୍ୟ ନଟିଆ ଦେଖିବାକୁ ପସନ୍ଦ କରନ୍ତି । ପିଲାଛୁଆଙ୍କ ମଧ୍ୟରେ ନଟିଆ ଏତେ ଫେମସ ଯେ, କିଛି ଜଣ ନଟିଆକୁ ନଦେଖିଲେ ଖାଆନ୍ତି ନାହିଁ । ନଟିଆ ଚରିତ୍ର ଖୁବ କମ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଛି । ଏହି ସିଗ୍ନେଚର ଚରିତ୍ର ନିଜ ହାଫ୍ ସାର୍ଟ, ହାଫ୍ ପ୍ୟାଣ୍ଟ ଓ କର୍ଲି ହେୟାର ପାଇଁ ପରିଚିତ । ଏହି ଶୋ’ ୟୁଟ୍ୟୁବ୍ ରେ ଆସିବା ପରଠୁ ହିଁ ଚର୍ଚ୍ଚାରେ ଅଛି । ସୂଚନାଯୋଗ୍ୟ ଯେ, ନଟିଆର ହିନ୍ଦି ଭର୍ସନ ମଧ୍ୟ ଖୁବ ଶୀଘ୍ର ଦେଖିବାକୁ ମିଳିବ ।

ନଟିଆର ପ୍ରତ୍ୟେକ ଏପିସୋଡ ସମସ୍ତଙ୍କ ମନ ଜିତିନିଏ । ତେବେ ନିକଟରେ ଏକ ଏପିସୋଡ୍ ରେ ନଟିଆ ନନ୍ଦିଘୋଷ ଚ୍ୟାନାଲରେ ପ୍ରସାରିତ ହେଉଥିବା ଏକ ଶୋ’ ବାମ୍ଫ ଦେଖୁଥିବାର ନଜର ଆସିଛି । ଖୁବ ଆନନ୍ଦରେ ବସି ବାମ୍ଫ ଦେଖୁଥିଲା ନଟିଆ । ପାଠ ପଢା ଛାଡି ବାମ୍ଫ ଦେଖିବା ପାଇଁ ନଟିଆ ନିଜ ବାପାଙ୍କଠୁ ଗାଳି ଶୁଣିଥିଲା । ତାପରେ ଟିଭି ବନ୍ଦ କରି ପାଠ ପଢିବାକୁ ବସିଲା । ହେଲେ ତଥାପି ସେଥିରେ ଅନେକ ନାଟ କରିଛି ନଟଖଟ୍ ନଟିଆ । ପାଠ ନପଢିବା ପାଇଁ ଅନେକ ବାହାନା ଦେଇଛି ନଟିଆ । କେତେବେଳେ ଭୋକ ତ କେତେବେଳେ ଶୋଷ ।

ବାପାଙ୍କୁ ଶୋଇବାକୁ କହି ନିଜେ ପାଠ ପଢିବ ବୋଲି କହିଲା । କିନ୍ତୁ ବାପା ଶୋଇବା ପରେ ନିଜେ ଠକାମି କରି ଶୋଇପଡିଲା । ଶେଷରେ ବାପା ଗୋଇଁଠା ମାରି ଉଠାଇ ତାକୁ ପାଠ ପଢିବାକୁ କହିଥିଲେ । ତେବେ ପ୍ରତ୍ୟେକ ଥର ଭଳି ନଟିଆର ଏହି ମଜେଦାର ଦୃଶ୍ୟ ଲୋକଙ୍କୁ ବହୁତ ଭଲ ଲାଗିଛି ।

Leave a Reply