ଜଗନ୍ନାଥଙ୍କୁ ନେଇ କାର୍ଟୁନ ଏବେ ସୋସିଆଲ ମିଡିଆରେ ଭାଇରାଲ , ଅସନ୍ତୋଷ ପ୍ରକାଶ କଲେ ଜଗନ୍ନାଥ ପ୍ରେମୀ

ନନ୍ଦିଘୋଷ ବ୍ୟୁରୋ: ଦୀଘାରେ ମମତା ବାନାର୍ଜୀ ପ୍ରତିଷ୍ଠା କରିଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ । ଜଗନ୍ନାଥ ଧାମ ନାମିତ କରିବା ନେଇ ବିବାଦ ମଧ୍ୟରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଜଗନ୍ନାଥଙ୍କୁ ନେଇ ହୋଇଥିବା କାର୍ଟୁନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କାର୍ଟୁନଟି କିଏ ଆଙ୍କିଛି ତାର ତଥ୍ୟ ଜଣାପଡ଼ିନାହିଁ । କାର୍ଟୁନରେ ବଙ୍ଗଳା ଭାଷାରେ ଲେଖାଯାଇଥିବାରୁ ପଶ୍ଚିମବଙ୍ଗର କେହି ଆଙ୍କିଥିବା ଅନୁମାନ କରାଯାଇଛି ।

କାର୍ଟୁନରେ ଦେଖାଯାଇଛି ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ହାତ ଧରି ପୁରୀରୁ ଟାଣିଟାଣି ନେଇ ଯାଉଛନ୍ତି । କହୁଛନ୍ତି ‘ଚାଲ,ଏଖୁନୀ ଦିଘାୟ ଚାଲ୍’ ସେପଟେ ପ୍ରତ୍ୟୁତ୍ତରରେ ଶ୍ରୀଜଗନ୍ନାଥ କହୁଛନ୍ତି,’ ପ୍ଲିଜ୍ ଆମାକେ କ୍ଷମା କରେ ଦାଓ ପ୍ଲିଜ୍ । ସେହି କାର୍ଟୁନରେ ତଳେ ଲେଖାଯାଇଛି ‘ସାରା ଜୀବନ୍ ମାସିର୍ ବାଡି ତେଇ ଗେଲି, ଏବାର ପିସିର୍ ବାଡି ଥାକବି ଚଲ’ ଅର୍ଥାତ ସାରା ଜୀବନ କେବଳ ମାଉସୀ ଘରକୁ ଗଲ,ଏବେ ପିଉସୀ ଘରେ ରହିବ ଚାଲ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି କାର୍ଟୁନକୁ ନେଇ ସାରା ଓଡ଼ିଶାରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଜଗନ୍ନାଥ ପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।