ୟୁଏସ୍ ଓପନ ଟାଇଟଲ ଜିତିଲେ ୧୯ ବର୍ଷୀୟ କାର୍ଲୋସ ଅଲକାରାଜ

1 min read

ନ୍ୟୁୟର୍କ: ସ୍ପେନର ୧୯ ବର୍ଷୀୟ କାର୍ଲୋସ ଅଲକାରାଜ ୟୁଏସ୍ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏକକରେ ଟାଇଟଲ ଜିତି ଇତିହାସ ରଚିଛନ୍ତି । କାର୍ଲୋସ ଫାଇନାଲରେ ନରୱେର କାସ୍ପର ରୁଡଙ୍କୁ ୬-୪, ୭-୬, ୬-୩ ରେ ପରାଜିତ କରିଛନ୍ତି । ଏହା କାର୍ଲୋସଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଅଟେ । କାସ୍ପର ଦ୍ୱିତୀୟଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ ।

ପୂର୍ବରୁ ‘ରୁଡ ଫ୍ରେଞ୍ଚ ଓପନ’ର ଫାଇନାଲ ମୁକାବିଲାରେ ରାଫେଲ ନାଦାଲଙ୍କଠାରୁ ପରାଜିତ ହୋଇଥିଲେ । ୧୯ ବର୍ଷ ବୟସରେ ୟୁଏସ୍ ଓପନ ଜିତିଥିବା ଦ୍ୱିତୀୟ ଖେଳାଳି ଭାବେ କାର୍ଲୋସ ଇତିହାସ ରଚିଛନ୍ତି । ଏହା ପୂର୍ବରୁ ୧୯୯୦ରେ ପାଟ୍ ସମ୍ପ୍ରାସ ଏହି ଟାଇଟଲ ଜିତିଥିଲେ । ତେବେ ଏହି ବିଜୟ ସହ କାର୍ଲୋସ ଅଲକାରାଜ ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ନମ୍ବର-୧ ଖେଳାଳି ଭାବେ ରେକର୍ଡ କରିଛନ୍ତି ।

ଚମ୍ପିଆନ ହେବା ପରେ ଅଲକାରାଜ କହିଛନ୍ତି, ଏହି ଟାଇଟଲ ପାଇବା ପାଇଁ ମୁଁ ଛୋଟବେଳୁ ସ୍ୱପ୍ନ ଦେଖିଥିଲି । ବିଶ୍ୱରେ ନମ୍ବର-୧ ହେବା, ଗ୍ରାଣ୍ଡସ୍ଲାମର ଚାମ୍ପିଅନ ହେବା, ଏପରି କିଛି ପାଇଁ ମୁଁ ବହୁତ ପରିଶ୍ରମ କରିଥିଲି । ନିଜ ଟିମ୍ ଓ ନିଜ ପରିବାର ସହ ଅନେକ ପରିଶ୍ରମ କରିଛି । ମୁଁ ଏବେ ୧୯ ବର୍ଷୀୟ ଅଟେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମୋ ମାତା-ପିତା ଏବଂ ମୋ ଟିମ ନେଇଛନ୍ତି । ଏହା ମୋ ପାଇଁ ଅତ୍ୟନ୍ତ ଖାସ୍ ଅଟେ ।