ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା, ଶରୀରରେ ରହିଯାଇଥିଲା ଛୁଞ୍ଚି, କାଢିଲା ବେଳକୁ …

1 min read

ପୁଣି ମେଡିକାଲରେ ଇଂଜେକ୍ସନ ଦେବା ହେଲା କାଳ । ଯନ୍ତ୍ରଣାରେ ଛଟପଟ ହେଉଛି ଶିଶୁ । ଥଣ୍ଡାକାଶ ପାଇଁ ଦିଆ ଯାଇଥିଲା ଇଂଜେକ୍ସନ । ଇଂଜେକ୍ସନ ଦେବାବେଳେ ଦେହରେ ରହିଗଲା ଛୁଞ୍ଚି  । ଷ୍ଟାଫନର୍ସ ଜାଣିଥିଲେ ମଧ୍ୟ ଏସମ୍ପର୍କରେ କୌଣସି ସୂଚନା ଦେଇନଥିଲେ । ଭୁଲ୍ ଲୁଚାଇବାକୁ ଯାଇ କୋମଳମତି ଶିଶୁକୁ ପ୍ରବଳ କଷ୍ଟ ସହିବାକୁ ପଡ଼ିଲା । ସୀମା ଟପିଲା ଦାୟିତ୍ବହୀନତା ।

ଅନୁଗୁଳ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମାସେ ତଳେ ସୀତାକାନ୍ତ ପଣ୍ଡା ତାଙ୍କର ଅଢ଼େଇ ବର୍ଷର ପୁଅ ସ୍ୱୟଂଜିତ ପଣ୍ଡାକୁ ନେଇଥିଲେ । ତାକୁ ଥଣ୍ଡା ଓ କାଶ ହେଉଥିଲା । ଡ୍ୟୁଟିରେ ଥିବା ନର୍ସ ସ୍ୱୟଂଜିତର ଅଣ୍ଟାରେ ଦେଇଥିଲେ ଇଂଜେକ୍ସନ । ତେବେ ଇଂଜେକ୍ସନ ଦେବା ବେଳେ ଅଣ୍ଟାରେ ରହିଯାଇଥିଲା ଛୁଞ୍ଚି । କିନ୍ତୁ ସେତେବେଳେ ନର୍ସ ଏ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନଥିଲେ । ଆଉ ପରିବାର ଲୋକ ମଧ୍ୟ ଏ ସମ୍ପର୍କରେ କିଛି ଜାଣି ନଥିଲେ । ସେବେଠାରୁ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଆଜି ହଠାତ୍  ଶିଶୁର ସମ୍ବେଦନଶୀଳ ସ୍ଜାନରେ ଛୁଞ୍ଚିଟି ଅଧା ବହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକ । ଶିଶୁଟିକୁ ଆଜି ଭୋରରୁ ମାଧପୁର ମେଡିକାଲକୁ ପୁଣିଥରେ ଆଣିଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ୱୟଂଜିତକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଛୁଞ୍ଚିକୁ ଡ଼ାକ୍ତର ସେଠାରେ ବାହାର କରିଥିଲେ । ତେବେ ସଂପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକ । ')}

Leave a Reply