ଧନତେରାସରେ କିଣୁଛନ୍ତି କି ସୁନା ? ଏସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ
1 min readଦୀପାବଳୀ ପୂର୍ବରୁ ଧନତେରସ ଅବସରରେ ସୁନା କିଣିବାର ପରମ୍ପରା ରହିଛି । ଏହି ଅବସରରେ ସୁନା କିଣିଲେ ଘରକୁ ସୁଖ ସମୃଦ୍ଧି ଆସେ ବୋଲି ବିଶ୍ବାସ ରହିଛି । ବର୍ତ୍ତମାନ ସମୟରେ ସୁନାର ମୂଲ୍ୟ ପୂର୍ବ ଅପେକ୍ଷା ଢେର ଅଧିକ ରହିଛି । ତେବେ ଆପଣବି ଯଦି ଏହି ସମୟରେ ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ ।
(୧) ଶୁଦ୍ଧତା ଯାଞ୍ଚ କରନ୍ତୁ
ସୁନାର ଶୁଦ୍ଧତା ମୁଖ୍ୟତଃ କ୍ୟାରେଟରେ ମପା ଯାଇଥାଏ । ୨୪ କ୍ୟାରେଟ୍ ଗୋଲ୍ଡକୁ ୯୯.୦୯ ପ୍ରତିଶତ ଶୁଦ୍ଧ ମାନୁଥିବାବେଳେ ୨୨ କ୍ୟାରେଟକୁ ୯୨ ପ୍ରତିଶତ ଶୁଦ୍ଧ ସୁନା ବୋଲି ଗଣାଯାଏ । ସୁନାର ଶୁଦ୍ଧତା ଯାଞ୍ଚ ପୂର୍ବରୁ ସୁନା କିଣନ୍ତୁ ନାହିଁ । ସୁନା କିଣିବା ପୂର୍ବରୁ ହଲମାର୍କର ଯାଞ୍ଚ ନିଶ୍ଚିତ ରୁପେ କରାନ୍ତୁ ।
(୨) ହଲମାର୍କ ଚେକ୍ କରିବାକୁ ଭୂଲନ୍ତୁ ନାହିଁ
ସୁନା କିଣିବା ପୂର୍ବରୁ ନିରପତ୍ତା ଦୃଷ୍ଟିରୁ ହଲମାର୍କ ଯାଞ୍ଚ କରନ୍ତୁ । ସୁନା ଉପରେ ହଲମାର୍କ ଚିହ୍ନ ସୁନାର ସୁଦ୍ଧତାକୁ ଦର୍ଶାଇଥାଏ । ଯଦି ସୁନାର କୌଣସି ଅଂଶରେ ବିଆଇଏସର ଚିହ୍ନ ଅଛି ତେବେ ଆପଣ ନିଶ୍ଚିତ ହୋଇ ସୁନା କିଣି ପାରିବେ ।
(୩) ଗୋଲ୍ଡ ଜୁଏଲାରୀ ଉପରେ ଲାଗୁଥିବା ଅଲଗା ଚାର୍ଜ ଜାଣନ୍ତୁ
ସୁନା କିଣୁଥିବା ସମୟରେ ମଧ୍ୟ ଆପଣ ଏ ସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ସୁନା କିଣିଲା ବେଳେ କେବଳ ସୁନାର ଦର ସହ ଆପରଙ୍କୁ ଅଳଙ୍କାରର ମେକିଂ ଚାର୍ଜ ମଧ୍ୟ ଦେବାକୁ ପଡିବ । ସୁନାର ମୂଲ୍ୟ ଉପରେ ଆପଣଙ୍କୁ ୩ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବାବେଳେ ମେକିଂ ଚାର୍ଜ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ')}