ବଙ୍ଗୀୟ ଝିଅ ଓଡ଼ିଶା ବୋହୂ: କେମିତିଥିଲା ୭ବର୍ଷର କ୍ୟାରିୟର ?

ଭୁବନେଶ୍ୱର: ବଙ୍ଗୀୟ ସୁନ୍ଦରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ । ଦିନେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନାଁ କରିବାକୁ କୋଲକାତାରୁ ଓଡ଼ିଶା ମୁହାଁ ହୋଇଥିଲେ  । ଏବେ ସେ ଓଡ଼ିଆ ସିନେମାର ଜଣେ ଜଣାଶୁଣା ନାୟିକା । ଆଉ ଏବେ ଜଣେ ହାଇପ୍ରୋଫାଇଲଙ୍କ ବୋହୂ । ସେ ଗତ ବୁଧବାର ହାତକୁ ଦିହାତ ହୋଇଛନ୍ତି । ବିଧାୟକ ପ୍ରୀତିରଂଜନ ଘଡାଇଙ୍କୁ  ବିବାହ କରି ଏବେ ଚର୍ଚ୍ଚାରେ ଝିଲିକ୍ । ହଠାତ୍ ବିବାହର ଖବର ପ୍ରଚାର ହେବା ସହ ଝିଲିକ୍ ଚର୍ଚ୍ଚା ଘେରକୁ ଆସିଛନ୍ତି ।

ପ୍ରଥମ ଫିଲ୍ମ : ଟାର୍ଗେଟ୍

୨୦୧୩ ରେ ଟାର୍ଗେଟ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ଝିଲିକ୍। ଫିଲ୍ମରେ ତାଙ୍କ ବିପକ୍ଷରେ ଥିଲେ ଅମ୍ଲାନ ।  ଫିଲ୍ମ ପରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ଝିଲକ୍ । ଏହି ଫିଲ୍ମ ତାଙ୍କୁ ଦେଇଥିଲା ଏକ ନୂଆ ପରିଚୟ ।  ତାପରେ ଆରମ୍ଭ ହେଲା ତାଙ୍କ ସଫଳତାର କାହାଣୀ । କେତେବେଳେ ତାଙ୍କ ଅଭିନୟରେ ତ କେତେବେଳେ ତାଙ୍କ ଇମୋସନରେ ଦର୍ଶକଙ୍କୁ ଘାଏଲ କଲେ ଝିଲିକ୍ । ତାପରେ ଓଡ଼ିଆ ଜଗତକୁ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇଚାଲିଲେ ସେ ।

ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମା ଜଗତର ଆଗଧାଡ଼ିର ନାୟକ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ହୁଅନ୍ତୁ କି ବାବୁଶାନ ସମସ୍ତଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଲେ ଝିଲିକ୍ । ତାଙ୍କ ଅଭିନିତ ଫିଲ୍ମକୁ ଆଜି ବି ଭୁଲିପାରିନାହାନ୍ତି ଦର୍ଶକ ।

୭ ବର୍ଷରେ ୧୨ ଫିଲ୍ମ

୭ବର୍ଷରେ କ୍ୟାରିୟରରେ ସେ ଓଡ଼ିଆ ସିନେ ଜଗତକୁ ଦେଇଥିବା ପ୍ରାୟ ୧୨ଟି ଫିଲ୍ମରୁ ସବୁଗୁଡ଼ିକ ତାଙ୍କର ଗୋଟେ ଗୋଟେ ହିଟ୍ ମୁଭି । ଜଣେ ଅଭିନେତ୍ରୀ ଭାବେ ଓଡ଼ିଆଙ୍କ ହୃଦୟରେ ରାଜ କରୁଥିବା ଝିଲିକ ଏବେ ଜଣେ ନେତାଙ୍କ ବୋହୂ । ଯେମିତିକି ସମସ୍ତେ ଜାଣନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିବାହ କରିଛନ୍ତି ଝିଲିକ୍ ।

 

Leave a Reply