ହାତରେ ଜୋତା ଧରି ମା’ଦୁର୍ଗାଙ୍କ ପୋଜ୍‌ ଦେଇଥିଲେ ରାପର କାର୍ଡି ବି, ଏବେ କ୍ଷମା ମାଗିଲେ..

1 min read

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକୀୟ ରାପର କାର୍ଡି ବି ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ହିନ୍ଦୁ ଧର୍ମର ମାଆ ଦୁର୍ଗାଙ୍କ ଭଳି ଠିଆ ହୋଇ ଫଟୋସୁଟ କରିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି କାର୍ଡି ବି । ବାସ୍ତବରେ ସିଙ୍ଗର ଏହି ଫଟୋସେସନକୁ ଏକ ଫୁଟୱେୟାର ମାଗାଜିନ ପାଇଁ ହାତରେ ରେବୋକଙ୍କ ଜୋତା ଧରି କରିଥିଲେ | ଫଟୋରେ କାର୍ଡି ନାଲି ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ ପଛରେ ଆଠଟି ହାତ ଥିବା ଦୃଶ୍ୟମାନ ହେଉଛି, ଯାହା ହିନ୍ଦୁ ଧର୍ମରେ ମାଆ ଦୁର୍ଗାଙ୍କର ରୂପ ଅଟେ ।

ଭିଡିଓ ଜାରି କରି କ୍ଷମା ମାଗିଲେ

ଫଟୋଟି ଫାଇରାଲ ହେବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଲା । ଲୋକମାନେ ତାଙ୍କ ଉପରେ ହିନ୍ଦୁ ଧର୍ମର ଅପମାନ କରୁଥିବା ଅଭିଯୋଗ ଆଣିଲେ । କାର୍ଡି ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭୁଡିଓ ଷ୍ଟୋରୀ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ‘ଯେତେବେଳେ ମୁଁ ସୁଟ କରୁଥୁଲି ସେତେବେଳେ ମତେ କୁହାଯାଇଥିଲା ଯେ ମୁଁ ଜଣେ ଦେବୀଙ୍କୁ ରିପ୍ରେଜେଣ୍ଚଟ କରୁଛି । ଯିଏ ଶକ୍ତି, ନାରୀତ୍ୱ ଏବଂ ଉଦାରତାର ପ୍ରତୀକ ଅଟନ୍ତି । ଏହି ସବୁ ମତେ ଖୁବ ଭଲ ଲାଗିଥିଲା ତେଣୁ ମୁଁ ଏମିତି ଫଟେ କ୍ଲିକ କଲି ।’

‘ଯଦି ଲୋକଙ୍କୁ ଲାଗୁଛି ମୁଁ ତାଙ୍କୁ ଧର୍ମ ଓ ସଂସ୍କୃତିର ଅପମାନ କରୁଛି ତେବେ ଏହା ଜାଣିଶୁଣି ହୋଇନାହିଁ । ମୁଁ ମଧ୍ୟ ମୋ ଧର୍ମ ପାଇଁ ଏହି ଭଳି କାର୍ଯ୍ୟକଳାପକୁ ସ୍ୱୀକାର କରିବି ନାହିଁ ।’

କାର୍ଡି ଆଉ ମଧ୍ୟ କହିଛନ୍ତି ଯେ, – ‘ଯେତେବେଳେ ଲୋକମାନେ ଭର୍ଜିନ ମେରୀ ଏବଂ ଜୀସସଙ୍କ ଭଳି ପୋଷାକ ପିନ୍ଧନ୍ତି, ସେତେବେଳେ ସେ ତାଙ୍କୁ ଖୁବ ସୁନ୍ଦର ଭାବରେ ପ୍ରେସେଣ୍ଟ କରନ୍ତି । କନ୍ତୁ ମୁଁ ଏଠାରେ କାହାକୁ ଅପମାନ କରିବାକୁ ଚେଷ୍ଟା କରୁନଥିଲି, ବୋଧ ହୁଏ ମତେ ନିଜ ସ୍ତରରେ କିଛି ରିସର୍ଚ୍ଚ କରିନେବା ଉଚିତ ଥିଲା । ମତେ କ୍ଷମା କରନ୍ତୁ, ମୁଁ ଅତୀତକୁ ବଦଳାଇ ପାରିବିନି କିନ୍ତୁ ଭବିଷ୍ୟତରେ ମୁଁ ଏସବୁ ଜିନିଷରେ ଅଧିକ ଗବେଷଣା କରିବି ।’

Leave a Reply