spot_img

Latest Posts

ମୟୂରଭଞ୍ଜରୁ ଦନ୍ତାହାତୀର ମୃତଦେହ ଠାବ, ବିଷ ଦେଇ ହତ୍ୟା ସନ୍ଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ମଙ୍ଗଲକଚା ଜଙ୍ଗଲ କଡରେ ସୋମବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଖବର ପାଇ ଠାକୁରମୁଣ୍ଡା ବନବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମୃତ ଦନ୍ତାହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି। ଶିକାରୀ ମାନେ ହାତୀକୁ ବିଷ କିମ୍ବା ଗୁଳି କରି ମାରିଦେଇଥିବାର ସନ୍ଦେହ କରାଯାଉଛି। ହାତୀର ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ କେବେ ମୃତ୍ୟୁ ଘଟିଛି ଓ ମୃତ୍ୟୁର କାରଣ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ବନବିଭାଗ କହିଛି।

ଘଟଣାସ୍ଥଳକୁ କରଞ୍ଜିଆ ଡିଏଫଓ, ଏସିଏଫ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ରହି ଅନୁସନ୍ଧାନ ଜାରି ରଖିଛନ୍ତି।

Latest Posts

Don't Miss