ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ ୫ ଗୁରୁତର

ବାଲିଗୁଡ଼ା/ପାରାଦୀପ: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଜଣେ ମୃତ, ଜଣେ ଗୁରୁତର । କନ୍ଧମାଳ ବାଲିଗୁଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଲେ ମହାସିଙ୍ଗି ଗାଁର ପିତବାସ କହଁର ।

 

ଆହତ ଜଣକ ହେଲେ ଦଣ୍ଡପଦର ଗଁ।ର ଧିରେନ ନାୟକ । ଦୁର୍ଘଟଣା ପରେ ଉଭୟଙ୍କୁ ବାଲିଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ପିତବାସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଧିରେନ୍‌ଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

ପାରାଦୀପ ଗଡ଼ ଲୋକନାଥ ମନ୍ଦିର ଗଡାରେ ଟ୍ରକ୍‌କୁ ପଛରୁ ପିଟିଛି କାର୍‌ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମୃତକ ହେଉଛନ୍ତି ସାରଦା ସ୍ୱାଇଁ ।

Leave a Reply