ରାସ୍ତାରେ ଯାଉଥିବା ବେଳେ କାରରେ ଲାଗିଗଲା ନିଆଁ, ସେପଟେ ଦୌଡ଼ିବା ବେଳେ ହାଇୱାରେ ଚାପି ହୋଇ ଜଣେ ଗୁରୁତର

1 min read

କେନ୍ଦୁଝର: ନରଣପୁର-ବ୍ରାହ୍ମଣିପାଳ ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଜଳିଗଲା କାର । ଅନ୍ଧାର ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର । ସଟ ସର୍କିଟ ଘଟି ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତେବେ କାରଥିବା ୩ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଯାତ୍ରୀଙ୍କ କହିବା କଥା ଗାଡ଼ିରେ ବସିଥିବା ବେଳେ, ହଠାତ କାରରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା । ସେପଟେ ଗାଡ଼ିର ଟାୟାର ଫାଟିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା । ଭୟଭୀତ ଲୋକ ଏପଟ ସେପଟ ଦୌଡିବା ବେଳେ, ହାଇୱା ଚକ ତଳେ ପଡିଯାଇ ଜଣେ ଚାପି ହୋଇ ଗୁରୁତର ହୋଇଛନ୍ତି । ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କର୍ଯ୍ୟ ଜାରିରଖିଛି ।

Leave a Reply