ଭୁବନେଶ୍ୱର ରାଜରାସ୍ତାରେ ଜଳିଗଲା କାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରାସ୍ତାରେ ଅଚାନକ ଜଳିଗଲା କାର । ସିଆର୍ପି ଛକ ଓଭରବ୍ରିଜ୍ ଉପରେ କୗେଣସି କାରଣବଶତଃ ହୁତୁହୁତୁ ହୋଇ ଏକ କାରଟି ଜଳି ଯାଇଛି ।
ହଠାତ୍ କାରରେ ନିଆଁ ଲାଗିଯିବାରୁ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିଲା। ତେବେ କାରରେ କିଭଳି ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ କାର୍ ଡ୍ରାଇଭର ଓ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।