ଲେବଲ୍ କ୍ରସିଂରେ କାର୍ ସହ ରେଳ ଇଞ୍ଜିନ୍ ଧକ୍କା, ୩ ଗୁରୁତର ଆହତ 

1 min read

କୋରାପୁଟ:  ଲେବଲ କ୍ରସିଂରେ ଘଟିଛି ଦୁର୍ଘଟଣା । ଦାମନଯୋଡି ରେଳଷ୍ଟେସନ ଓ ବାରିଗୁଡା ରେଳଷ୍ଟେସନ ମଧ୍ୟବର୍ତ୍ତି କିଲାର ଗ୍ରାମ ନିକଟ ରେ ଘଟିଛି ଏହି ଦୁର୍ଘଟଣା  ।  ଆମ୍ବଗାଁ-କିଲାର ଲେବଲ କ୍ରସିଂରେ ଏକ କାରକୁ ଟ୍ରେନ୍ ଇଞ୍ଜିନ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ତିନିଜଣ କାର୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଦାମନଯୋଡି ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସମେତ ରେଲଓ୍ୱେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । OD10 D- 7473 ନମ୍ବର କାରଟି ସେମିଳିଗୁଡାରୁ ପୁଞ୍ଜିସିଲ୍ ପର୍ଯ୍ୟଟନ କ୍ଷେତ୍ର ଆଡକୁ ଯାଉଥିବା ସମୟରେ ଏକ ରେଳ ଇଞ୍ଜିନ୍ ସହିତ କାର୍ ର ଧକ୍କା ହୋଇଥିଲା । ଫଳରେ ଏଭଳି ଘଟଣା ଘଟିଛି  ।