ଶିଶୁର ଜନ୍ମଦିନରେ ମାଆ ଉପରେ ଚଢିଗଲା କାର୍

ବୌଦ୍ଧ: ଜନ୍ମ ଦିନରେ ମା’ ଛେଉଣ୍ଡ ହୋଇଗଲା ଶିଶୁ କନ୍ୟା  । ମୁଣ୍ଡରୁ ଚାଲିଗଲା ମା’ର ପଣତକାନି । ଏଭଳି ଅଭାବନୀୟ ଘଟଣା ଏବେ ସଭିଙ୍କୁ ସ୍ତମ୍ବିଭୂତ କରିଛି  ।  ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଉଁଶୁଣି ଥାନା ବୈଦ୍ଧ ଗୁଦୁଗୁଦା ପୋଲ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ମୁତାବକ ପୁଡୁଗପଥର ଗାଁର ସଚିନ୍ଦ୍ର କୁମ୍ଭାର ଓ ପତ୍ନୀ ନୂଆଦେଇ, ଝିଅର ଜନ୍ମ ଦିନ ପାଇଁ ସାକକେଲ ଯୋଗେ ସଉଦା କରିବାକୁ ଗୁଦୁଗୁଦା ସାପ୍ତାହିକ ହାଟରୁ ଯାଇଥିଲେ । ହାଟ ସାରି ଫେରିବା ବାଟରେ ଗୁଦୁଗୁଦା ପୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ତାଙ୍କ ସାଇକେଲ ଧକ୍କା ହୋଇଥିଲା  ।

ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣା ସ୍ଥଳରେ ହିଁ ଶିଶୁ କନ୍ୟାର ମାଆ ଅର୍ଥାତ ନୂଆଦେଇ କୁମ୍ଭାରଙ୍କ ମୃତ୍ୟୁ ଘଟିଥିଲା  । ସେପଟେ ଗୁରୁତର ଅବସ୍ଥାରେ ପିତା ସଚିନ୍ଦ୍ର କୁମ୍ଭାରଙ୍କୁ ଉଦ୍ଧାର କରାଯାଇଥିଲା  ।  ପ୍ରଥମେ ବାଉଁଶୁଣି ଓ ପରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ବି ଉତ୍ତେଜନା ଲାଗି ରହିଛି ।

Leave a Reply