ହଠାତ ଦବିଗଲା ପୋଲ, ଫସିଗଲା ୨ଟି କାର୍

ଭବାନୀପାଟଣା: ଦୁର୍ଘଟଣାର ଭୟଙ୍କର ଦୃଶ୍ୟ । ଭବାନୀପାଟଣାରେ ଦବିଲା ପୋଲ। ଫସିଲା ଦୁଇଟି କାର । କଳାହାଣ୍ଡି ଭବାନୀପାଟଣା ଭାଗିରଥି ପାର୍କ ପାଖରେ ପୋଲ ଦବି ଯିବାରୁ ଦୁଇଟି କାର ପୋଲ ଭିତରେ ଫସି ଯାଇଥିଲେ । ସୌଭାଗ୍ୟ ବଶତଃ ଯାତ୍ରୀମାନଙ୍କର ବିଶେଷ କ୍ଷୟକ୍ଷତି ଘଟିନାହିଁ । ପୋଲରେ ଦୁଇଟି କାର ଫସିରହିଥିବାବେଳେ ଯାତ୍ରୀ ମାନେ ମଧ୍ୟ ଫସି ରହିଥିଲେ ।
ସ୍ଥାନୀୟ ଲୋକ ଏବଂ ପୋଲିସ ପ୍ରଶାସନର ସହଯୋଗରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେପଟେ କାର୍ଯ୍ୟକାରୀ ପୋଲଟି ହଠାତ କିପରି ଦବିଗଲା ତାବା ବର୍ତ୍ତମାନ ବଡ଼ ପ୍ରଶ୍ନ ।