ନନ୍ଦିଘୋଷ ଟିଭି ପ୍ରଭାବ, ଖବର ପରେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

1 min read
Captive Girl Rescued By Brahmapaur Police

ବ୍ରହ୍ମପୁର: ନନ୍ଦିଘୋଷ ଟିଭି ଡିଜିଟାଲରେ ଖବର ପରେ ପ୍ରଭାବ । ଉଦ୍ଧାର ହେଲେ ବ୍ରହ୍ମପୁର ଗୋଦାବରୀଶ ନଗରରେ ଗୃହବନ୍ଦୀ ଥିବା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଦୀର୍ଘ ଦେଢ଼ମାସ ହେଲା ଯୁବତୀ ଜଣଙ୍କୁ କାହ୍ନୁଚରଣ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗ ପପୁ ଏକ ଘରେ ବାନ୍ଧି ରଖିଥିଲେ । ଘରେ ବନ୍ଦୀ କରି ରଖିବା ସହ ବାହାରକୁ ଛାଡ଼ୁ ନଥିଲେ । ଏପରିକି ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ ।

ଏଥିସହ ପଢ଼ନ୍ତୁ: ଗଞ୍ଜାମରେ ଗୃହବନ୍ଦୀ ଯୁବତୀ, ଜୀବନ ବଞ୍ଚାଇବାକୁ ଟ୍ୱିଟ୍ କରି ଆକୁଳ ନିବେଦନ

Captive Girl Rescued By Brahmapaur Police

ତେବେ କାହ୍ନୁୁ ଓ ପପୁ ୨ ଜଣ ଯୁବକ କାହିଁକି ଯୁବତୀ ଜଣଙ୍କୁ ଘରେ ବାନ୍ଧି ରଖିଥିଲେ । ତାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ମହିଳାଙ୍କୁ ଅଟକ ରଖିଛି ବୈଦ୍ୟନାଥପୁର ଥାନା ପୋଲିସ । ଗୋଦାବରୀଶ ନଗରରେ ଯୁବତୀ ଜଣଙ୍କୁ ଏକ ପରିତ୍ୟକ୍ତ କଠୋରୀରେ ରଖା ଯାଇଥିଲା । ଯୁବତୀଙ୍କ ହାତଗୋଡ଼କୁ ବାନ୍ଧି ଦେଇଥିଲେ ୨ ଯୁବକ । ଏପରିକି ଅନଲାଇନରେ ହ୍ୟାଣ୍ଡକପ୍ ମଧ୍ୟ ମଗାଇଥିବା ଯୁବତୀ ଜଣଙ୍କ ଉଦ୍ଧାର ପରେ କହିଛନ୍ତି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

ଗୃହବନ୍ଦୀ ଯୁବତୀ ଜଣଙ୍କ ଟ୍ୱିଟ୍ କରି ଲେଖିଥିଲେ, ମୋତେ ସାହାଯ୍ୟ କରନ୍ତୁ । ଯଦି ଟିକିଏ ବି ବିଳମ୍ବ ହୁଏ ସେ ମୋତେ ମାରି ଦେବ । ଏପରିକି ସେ ତାଙ୍କ ସମସ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ତଥ୍ୟ ଇମେଲ୍ ମାଧ୍ୟମରେ ପଠାଇଥିବା ଲେଖିଛନ୍ତି । ତାଙ୍କୁ ନ୍ୟାୟ ଦରକାର । ବଳପୂର୍ବକ ଭାବେ କେବି ତାଙ୍କୁ ଘରେ ବନ୍ଦୀ କରି ରଖିବା ସହ ଶୋଷଣ କରୁଛନ୍ତି ।

Leave a Reply