ଦୁନିଆରେ ଜଣିଏ ମାତ୍ର ରହିବେ କ୍ୟାପଟେନ କୁଲ୍: ଧୋନୀ ପଞ୍ଜିକରଣ କଲେ ଟ୍ରେଡମାର୍କ
1 min read
ନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଆଉ କେହି ହୋଇ ପାରିବେନି କ୍ୟାପଟେନ କୁଲ । ଆଉ କେହି ଏହି ଟ୍ରେଡମାର୍କକୁ କରି ପାରିବେନି ବ୍ୟବହାର । କାରଣ, ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ୟାପଟେନ୍ କୁଲ୍ ଟ୍ରେଡମାର୍କକୁ ନିଜ ନାଁରେ ପଞ୍ଜିକୃତ କରି ନେଇଛନ୍ତି । ଖେଳ ପ୍ରଶିକ୍ଷଣ, ପ୍ରଶିକ୍ଷଣ ସୁବିଧା ଓ ସର୍ପୋଟ କୋଚିଂ ସେବା ପାଇଁ କ୍ଲାସ-୪୧ ଅନୁସାରେ ଧୋନୀ ଏହାକୁ ପଞ୍ଜିକୃତ କରିଛନ୍ତି । ଏହି ଟ୍ରେଡମାର୍କ ନା କେବଳ ତାଙ୍କ ନାମକୁ ଆଇନଗତ ସୁରକ୍ଷା ଦେବେ ବରଂ ଏହା ତାଙ୍କ ବ୍ରାଣ୍ଡଭେଲୁ ଓ ପରିଚୟକୁ ବି ଆହୁରି ଦୃଢ଼ କରିବ ।
ଧୋନୀଙ୍କ ଓକିଲ ମାନସୀ ଅଗ୍ରଓ୍ବାଲ ଏହି ସୂଚନା ଦେବା ସହ କହିଛନ୍ତି, ପଳର୍ବରୁ ସମାନ ଟ୍ରେଡମାର୍କ ଥିଲେ ବି ବ୍ୟକ୍ତିଗତ ବ୍ରାଣ୍ଡିଂ ଓ ପରିଚୟ ସହ ଜଡିତ ବିଶିଷ୍ଠତା କେମିତି ଆଇନଗତ କାମରେ ଆସିଥାଏ ଏହି ମାମଲା ଦର୍ଶାଉଛି ।
ସୂଚନାଯୋଗ୍ୟ, ଧୋନୀଙ୍କ କ୍ୟାପଟେନ କୁଲ୍ ଟ୍ରେଡମାର୍କକୁ ପ୍ରଥମେ ଟ୍ରେଡମାର୍କ ଧାରା ୧୧(୧) ଅନୁସାରେ ବିରୋଧ କରାଯାଇଥିଲା । କାରଣ ଏହି ନାଁରେ ପୂର୍ବରୁ ଏକ ଟ୍ରେଡମାର୍କ ପଞ୍ଜିକୃତ ଥିଲା । ଏମିତି ସ୍ଥିତିରେ ନୂଆ ଟ୍ରେଡମାର୍କ ଭ୍ରମ ସୃଷ୍ଟି କରିପାରିଥାନ୍ତା । ଧୋନୀଙ୍କ ତରଫରୁ ନିବେଦନ କରାଯାଇଥିଲା, କ୍ୟାପଟେନ କୁଲ ନାମ ତାଙ୍କ ସହ ବହୁତ ବର୍ଷରୁ ଜୋଡି ହୋଇ ରହିଛି । ଏହାକୁ ଜନତା, ମିଡିଆ ଓ ପ୍ରଶଂସକ ଆଦରି ନେଇଛନ୍ତି । ଏହା କେବଳ ଏକ ଉପନାମ ନୁହେଁ, ଏହା ଧୋନୀଙ୍କ ବ୍ୟବସାୟିକ ପରିଚୟ ବନି ସାରିଛି । ଧୋନୀଙ୍କ ଲୋକପ୍ରିୟତା, ମିଡିଆ ପ୍ରସାରଣ ଓ ପ୍ରଶଂସକଙ୍କ ଭଲ ପାଇବା କାରଣରୁ ଏହା କୌଣସି ଭ୍ରମ ସୃଷ୍ଟି କରିବ ନାହିଁ । ଧୋନୀଙ୍କ ଏହି ଟ୍ରେଡମାର୍କ ଛକ୍ତ ଟ୍ରେଡମାର୍କ ପୂର୍ବରୁ ରହିଛି ଓ ଅଧିକ ଲୋକପ୍ରିୟ ବୋଲି ଆବେଦନରେ କୁହାଯାଇଥିଲା । ଟ୍ରେଡମାର୍କ ରେଜିଷ୍ଟ୍ରୀ ଏହି ଆବେଦନକୁ ଗ୍ରହଣ କରିବା ସହ ସ୍ବୀକାର ମଧ୍ୟ କରିଛନ୍ତି କ୍ୟାପଟେନ କୁଲ କେବଳ ଏକ ସାଧାରଣ ଶବ୍ଦ ନୁହେଁ, ଏହା ଧୋନୀଙ୍କ ବ୍ୟକ୍ତିତ୍ବ, ବ୍ରାଣ୍ଡ ଓ ଛବିର ଏକ ଅଂଶ ।