ବିଜେପି ସହ ମେଣ୍ଟ କଲେ ଅମିରନ୍ଦର
1 min readଚଣ୍ଡିଗଡ: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବରେ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ମାହୋଲ ସରଗରମ ହୋଇସାରିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇ ଏକ ନୂଆ ଦଳ ଗଢ଼ିଥିଲେ । ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଢ଼ିଥିଲେ ଅମିରନ୍ଦର । ତେବେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅମିରନ୍ଦରଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବ ବୋଲି ଆଜି ଘୋଷଣା କରିଛନ୍ତି । ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଅମିରନ୍ଦର । ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି, ପଞ୍ଜାବ ଲୋକ କଂଗ୍ରେସ ଏବଂ ଆଉ ଏକ ଦଳ ମିଶି ମେଣ୍ଟ କରିଛନ୍ତି ।
After 7 rounds of talks, today I confirm that BJP & Punjab Lok Congress are going to fight the upcoming Punjab Assembly elections together. Topics like seat share will be discussed later: Union Minister & Punjab BJP in-charge Gajendra Singh Shekhawat pic.twitter.com/WErOFbzwnb
— ANI (@ANI) December 17, 2021
ଅମିରନ୍ଦର ସିଂ କହିଛନ୍ତି କି ଆମ ଦୁଇ ଦଳ ମଧ୍ୟରେ କିଛି ଦିନ ହେବ ଆଲୋଚନା ଜାରି ରହିଥିଲା । ପଞ୍ଜାବ ବିଧାନସଭା ନିର୍ବାଚନରେ ଆମେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥିଙ୍କୁ ସମର୍ଥନ କରିବୁ ଏବଂ ବିଜେପି ଆମ ଦଳର ଆଶାୟୀଙ୍କୁ ମଧ୍ୟ ସମର୍ଥନ କରିବ ବୋଲି କହିଛନ୍ତି ଅମିରନ୍ଦର । କିନ୍ତୁ ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କିଛି ସୂଚନା ଦେଇନାହାନ୍ତି ଅମିରନ୍ଦର । ବହୁତ ଶୀଘ୍ର ଆସନ ବୁଝାମଣା ହେବ ବୋଲି କହିଛନ୍ତି ଅମିରନ୍ଦର ସିଂ ।
We are ready and we are going to win this election. The decision on seat sharing will be taken on the seat to seat basis, with winnability being the priority. We are 101% sure of winning this election: Former Punjab CM & Punjab Lok Congress chief Captain Amarinder Singh pic.twitter.com/t36eAmHdrX
— ANI (@ANI) December 17, 2021
ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ନିର୍ବାଚନ ପାଇଁ ଅମିରନ୍ଦର ସିଂ ନିଜ ଦଳର ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେହି ନେତାମାନଙ୍କ ଉପରେ ଅମିରନ୍ଦରଙ୍କ ନଜର ରହିବ ଯେଉଁମାନଙ୍କୁ କଂଗ୍ରେସ ଚଳିତ ନିର୍ବାଚନରେ ଟିକେଟ ଦେବନାହିଁ । ସୂଚନା ଅନୁସାରେ ଏହି ମେଣ୍ଟରେ ସିନିଅର ପାର୍ଟନର ଭାବରେ ରହିବ ବିଜେପି । ପଞ୍ଜାବର ମୋଟ ଆସନରୁ ୬୦ରୁ ୭୦ ପ୍ରତିଶତ ଆସନରେ ପ୍ରାର୍ଥି ଦେଇପାରେ ବିଜେପି । ସେହପରି ୩୦ରୁ ୪୦ ପ୍ରତିଶତ ଆସନରେ ଅମିରନ୍ଦର ସିଂଙ୍କ ଦଳ ପ୍ରାର୍ଥି ଦେଇପାରେ ବୋଲି ଆଶା କରାଯାଉଛି ।