ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; ବିଜେପିରେ ସାମିଲ ନେଇ ଚର୍ଚ୍ଚା…

1 min read

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଆଜି ଶାହାଙ୍କ ବାସଭବନରେ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଜ୍ୟସଭା ଦେଇ କେନ୍ଦ୍ର କ୍ୟାବିନେଟ୍‌ରେ ଅମରିନ୍ଦରଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବିଜେପିରେ ସାମିଲ ହେବା ନେଇ ସେ କିଛି ପ୍ରକାଶ କରିନାହାଁନ୍ତି । ତାଙ୍କ ଆଗାମୀ ଭବିଷ୍ୟତର ଯୋଜନା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ନଦେଇ କ୍ୟାପଟେନ୍ ଅମରିନ୍ଦର ଏହାକୁ ଏକ “ସୗେଜନ୍ୟ ପରିଦର୍ଶନ” ବୋଲି କହିଛନ୍ତି ।


ଗତ ୧୦ ଦିନ ତଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂ । ସେ ସମୟରେ ତାଙ୍କ ପାଇଁ ସବୁ ଦଳକୁ ରାସ୍ତା ଖୋଲା ଅଛି ବୋଲି କହିଥିଲେ । ସେବେଠୁ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପଟେ ବିଜେପି ପାଇଁ ମଧ୍ୟ ଅମରିନ୍ଦର ସିଂ ଗୁରୁତ୍ବ ବହନ କରୁଛି । ଆସନ୍ତାବର୍ଷ ପଞ୍ଜାବରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛି ବିଜେପି ।

Leave a Reply