ଲାଇଭ୍‌ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ରକୁ ବିଶ୍ୱସ୍ତରୀୟ ତାଲିମ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କରଙ୍କ ପରାମର୍ଶ

1 min read

ଭୁବନେଶ୍ୱର: ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ରାଜ୍ୟ ଓ୍ୱାଟର ମେନ୍‌ସିପ୍ ଏବଂ ଲାଇଫ୍ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (ଓ୍ୱାସଓ୍ୱାଲୀ) ଯାଇ ସେଠାରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ । ରାମଚଣ୍ଡୀ ପୀଠର କୁଶଭଦ୍ରା ନଦୀକୂଳରେ ୨୦୧୫ ମସିହାରେ ସ୍ଥାପିତ ଏହି ପ୍ରଶିକ୍ଷଣ କେନ୍ଦ୍ର ତା’ର କାର୍ଯ୍ୟଧାରା ଲାଗି ସମଗ୍ର ଦେଶରେ ସୁନାମ ଅର୍ଜନ କରିପାରିଛି ।

ଏଠାରେ ବ୍ୟାଚ୍ଓ୍ୱାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇ ଆସୁଥିବା ଆଗ୍ନିକମାନଙ୍କୁ ଭୂତଳ ଜଳସମୂହରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଓ୍ୱାଟରମ୍ୟାନ୍‌ସିପ୍ , ସନ୍ତରଣ, ବୋଟଚାଳନା, ସ୍କୁବା ଡାଇଭିଂ, ଜଳ ବିତ୍ପାତରୁ ଉଦ୍ଧାର କରିବା କୌଶଳ ପ୍ରଭୃତି ସହ ଏ କ୍ଷେତ୍ରରେ ଉପଯୋଗ ହେଉଥିବା ସର୍ବାଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ଉଚ୍ଚସ୍ତରୀୟ ତାଲିମ୍ ପ୍ରଦାନ କରାଯାଇ ଆସୁଅଛି । ବିଗତ ଦିନଗୁଡ଼ିକରେ ଦେଶରେ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ଫାୟାର ଟିମ୍ ଯେଉଁ ଦକ୍ଷତା, ସାହାସ ଓ ସେବା ପ୍ରଦର୍ଶନ  କରିଛନ୍ତି ସେଥିରେ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି । ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ଗଭୀର ଆସ୍ଥା ପ୍ରକଟ କରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡ ରାଜ୍ୟର ଅଗ୍ନିଶମ କର୍ମଚାରୀମାନଙ୍କୁ ତାଙ୍କ ସରକାର ଏଠାରେ ପ୍ରଶିକ୍ଷଣ ନେବାକୁ ପ୍ରେରଣ କରୁଥିବା ଏହି କେନ୍ଦ୍ରର ସଫଳତା ବୟାନ କରେ ।

ଗୃହମନ୍ତ୍ରୀ ଆଗ୍ନିମାନଙ୍କ କାର୍ଯ୍ୟକ୍ରମ ସହ ଅବଗତ ହେବା ପାଇଁ କୁଶଭଦ୍ରା ନଈର ଗଭୀର ଜଳରେ ପାଓ୍ୱାର ବୋଟ୍‌ରେ ବସି କାର୍ଯ୍ୟଧାରା ନୀରିକ୍ଷଣ କରିଥିଲେ । ତେବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାରଙ୍କ ସାରା ବିଶ୍ୱରେ ସନାମ ରହିଛି । ଏହାକୁ ନଜରରେ ରଖି ଏହି କେନ୍ଦ୍ର ବିଶ୍ୱସ୍ତରର ତାଲିମ ଯୋଗାଉଥିବା ଭଳି ଗଢ଼ି ତୋଳିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର । ଏହାସହିତ ସ୍କୁଭା ଡାଇଭର କିପରି ଘଣ୍ଟା ଘଣ୍ଟା ଧରି ଗଭୀର ଜଳରାଶିରେ ଉଦ୍ଧାର କାର୍ଯ୍ୟ ସଂଚାଳନ କରିଥାଏ ତାହା ଦେଖିଥିଲେ । ଏହି କାର୍ଯ୍ୟକ୍ରମ ସୟମରେ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷ ଫାୟାର ଅଫିସର ଟି.କେ ବାବୁ, ମୁଖ୍ୟ ପ୍ରଶିକ୍ଷକ ତପନ କୁମାର ମହାନ୍ତି ଏବଂ ବିଚିତ୍ର କୁମାର ଚୌଧୁରୀଙ୍କ ସମେତ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ ।