ନୂଆ ଦଳ ଗଢ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରନ୍ଦର ସିଂ ଆଜି ସାମ୍ବାଦିକ ସମ୍ମିଳନୀ କରି ଏକ ବଡ଼ ଘୋଷଣା କରିଛନ୍ତି । ଏକ ନୂଆ ରାଜନୈତିକ ଦଳ ଗଢ଼ିବେ କ୍ୟାପଟେନ ଅମିରନ୍ଦର ସିଂ । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କି “ ହଁ ମୁଁ ଏକ ଦଳ ଗଠନ କରୁଛି । ଆଉ ଏବେ ପ୍ରଶ୍ନ ହେଉଛି ଏହାର ନାମ କ’ଣ । ମୁଁ ଆପଣଙ୍କୁ ଏହା କହିପାରିବି ନାହିଁ କାରଣ ମୁଁ ଏହା ନିଜେ ଜାଣି ନାହିଁ । ଯେତେବେଳେ ନିର୍ବାଚନ ଆୟୋଗ ଦଳର ନାମ ଏବଂ ଚିହ୍ନକୁ ଅନୁମୋଦନ କରିବେ ମୁଁ ଆପଣଙ୍କୁ ଜଣାଇବି ” ବୋଲି କହିଛନ୍ତି ଅମିରନ୍ଦର ସିଂ ।
ତେବେ ଆଜି କରିଥିବା ସାମ୍ବାଦିକ ସମ୍ମିଳନୀରେ ଅମିରନ୍ଦର ସିଂ ପାଞ୍ଚ ବର୍ଷ ପୁରୁଣା କଂଗ୍ରେସର ମାନିଫେଷ୍ଟୋ ଦେଖାଇଥିଲେ । ଏବଂ ଦାବି କରିଥିଲେ କି ଏହି ମାନିଫେଷ୍ଟୋର ୯୨% ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ୨୦୨୨ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ବିଜେପି କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି । ଏଥି ସହ ପଞ୍ଜାବ ବିଧାନସଭାର ସମସ୍ତ ଆସନରେ ତାଙ୍କ ନୂଆ ଦଳ ଲଢ଼ିବ ବୋଲି କହିଛନ୍ତି କ୍ୟାପଟେନ ଅମିରନ୍ଦର ସିଂ ।

ଏଥିସହିତ ପଢ଼ନ୍ତୁ: କୋଟିଏ ଟଙ୍କାରେ ବିକ୍ରି ହେଲା ୩୦ଟି ମାଛ: ଜାଣନ୍ତୁ କାହିଁକି

Leave a Reply