୨୮ ଯାଏଁ ବଢିଲା କ୍ୟାପିଟାଲ ହସପିଟାଲର ମେଡିକାଲ କାଉନସେଲିଂ ଅବଧି

1 min read

ଭୁବନେଶ୍ବର: ବଢିଲା କ୍ୟାପିଟାଲ ହସପିଟାଲ ପିଜି ଇନଷ୍ଟିଚ୍ୟୁଟର ମେଡିକାଲ କାଉନସେଲିଂ ଅବଧି । ମେଡିକାଲ କାଉନସେଲିଂ କମିଟି ବା ଏମସିସିର ଅନୁମୋଦନ କ୍ରମେ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ିଲା କାଉନସେଲିଂ ଅବଧି । ଛୁଟିଦିନ ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀ କାଉନସେଲିଂ ପ୍ରକ୍ରିୟାରେ ସାମିଲ ହୋଇ ପାରିନଥିଲେ । ଆଜି ଥିଲା ଦ୍ବିତୀୟ ରାଉଣ୍ଡ ପିଜି କାଉନସେଲିଂର ଶେଷ ଦିନ ।

ଆସନ୍ତା ୨୮ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପିଜି କାଉନସେଲିଂ ଅବଧି ବୃଦ୍ଧି ପାଇଛି । PGIMER ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷ 2022-23 ପାଇଁ ନାମ ଲେଖା ହେବ । ୨ଟି ବିଭାଗରେ ୨ଟି ସିଟରେ ନାମ ଲେଖାଇବାକୁ ମିଳିଛି ଅନୁମତି  ।

ଭେଷଜ ବିଭାଗରେ ୫ଟି ଓ ଅସ୍ଥିଶଲ୍ୟ ବିଭାଗରେ ୨ଟି ସିଟରେ ହେବ ନାମ ଲେଖା ।ଏଥିପାଇଁ ପୂର୍ବରୁ NMC ବା ଜାତୀୟ ମେଡିକାଲ କାଉନସିଲର ଏକ ଟିମ କ୍ଷେତ୍ର ପରିଦର୍ଶନ କରିଥିଲେ ।

NMC ରିପୋର୍ଟ ଆଧାରରେ ଚଳିତ ଶିକ୍ଷାବର୍ଷରେ ନାମଲେଖା ପାଇଁ ମିଳିଛି ଅନୁମତି । ଏହାଦ୍ବାରା ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ମେଡିକାଲ ସ୍ନାତକୋତ୍ତର ଡିଗ୍ରୀରେ ପାଠ ପଢିବେ ଡାକ୍ତରୀ ଛାତ୍ରଛାତ୍ରୀ । ପର୍ଯ୍ୟାୟ କ୍ରମେ 15ଟି ବିଭାଗରେ 60ଟି ସିଟରେ କରାଯିବ ନାମଲେଖା ।