କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ମାମଲା; ଡିଏନଏ ଟେଷ୍ଟ ପାଇଁ ପଠାଗଲା ନମୁନା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ମାମଲା । ଡିଏନଏ ଟେଷ୍ଟ ପାଇଁ ଛୁଆ ଓ ମା’ ଙ୍କର ହେଲା ସାମ୍ପଲ କଲେକ୍ସନ । ଫୋରେନ୍ସିକ ଲ୍ୟାବ ଡାକ୍ତର ଏମ୍ .ଏମ୍. ଗିରି ଏହି ଡିଏନ୍ଏ ସାମ୍ପଲ ସଂଗ୍ରହ କରିଛନ୍ତି । ସାମ୍ପଲ କଲେକ୍ସନ ପରେ ପୋଲିସକୁ କ୍ୟାପିଟାଲ ହସ୍ପିଟାଲ ହସ୍ତାନ୍ତର କରିଛି । ପୋଲିସ୍ ଏହାକୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ନେଇଛି । ୧୦ ଦିନ ମଧ୍ୟରେ ଏହି ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ଏହି ରିପୋର୍ଟ ଭୁବନେଶ୍ବର କୋର୍ଟରେ ଦାଖଲ କରିବ ପୋଲିସ । ଏହାପରେ ସତ୍ୟାସତ୍ୟ ପଦାକୁ ଆସିବ । ଶିଶୁ ଅଦଳବଦଳ ନେଇ କ୍ୟାପିଟାଲ ହସପିଟାଲ ଓ ଥାନାରେ ଅଭିଯୋଗ କରିଥିଲେ ପ୍ରାଣକୃଷ୍ଣ ବିଶ୍ବାଳ । ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ ।