ପୁଅ କାହିଁକି ଭୋଗିବ ପିତାର ସଜ୍ଜା; ଆତଙ୍କବାଦୀ ସଲାହୁଦ୍ଦିନଙ୍କ ପୁଅର ସମର୍ଥନରେ ବାହାରିଲେ ମହବୁବା

1 min read

ଶ୍ରୀନଗର: ଆତଙ୍କବାଦୀ ସଲାହୁଦ୍ଦିନର ପୁଅକୁ ସରକାରୀ ଚାକିରୀରୁ ବରଖାସ୍ତ କରିବା ନେଇ ମୁହଁ ଖୋଲିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି । ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ବାପାର କାର୍ଯ୍ୟକଳାପ ଲାଗି ପୁଅକୁ କିପରି ହଇରାଣ କରାଯାଇପାରିବ? ଏଥିସହ ସେ ଜମ୍ମୁ କାଶ୍ମୀରକୁ ପୁନଶ୍ଚ ସ୍ୱତନ୍ତ୍ର ପାହ୍ୟା ଦେବାକୁ ଦାବି କରିଛନ୍ତି ।

ଆର୍ଟିକିଲ୍ 370 ଓ 35Aକୁ ହଟାଇବାକୁ ଦାବି କରି ମହବୁବା ଏହାକୁ ଅଯୋଧ୍ୟା ରାମ ମନ୍ଦିର ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ ‘ଯେତେବେଳେ ରାମ ମନ୍ଦିର ମାମଲା କୋର୍ଟରେ ଥିଲା ସେତେବେଳେ କ’ଣ ଲୋକମାନେ ସ୍ୱର ଉଠାଉନଥିଲେ? ତାହେଲେ 370କୁ ଉଠାଇବା ଦାବି ପାଇଁ ମୁଁ ଟାର୍ଗେଟରେ କାହିଁକି?

ହିଜବୁଲ ସଲାହୁଦ୍ଦିନର ଦୁଇ ପୁଅ ସମେତ ୧୧ ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଏମାନେ ସରକାରୀ ଚାକିରୀ କରିବା ସହ ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲେ । ଏନେଇ ମହବୁବା କହିଛନ୍ତି ଯେ ବାପାର କାମ ପାଇଁ ପୁଅକୁ ହଇରାଣ କରିବା ଉଚିତ୍ ନୁହେଁ । ବିନା କୌଣସି ତଦନ୍ତରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ନେଇ ମହବୁବା ଅଭିଯାୋଗ କରିଛନ୍ତି । ଏନେଇ ସେ ନିକଟରେ ଟ୍ୱିଟ୍ ମଧ୍ୟ କରିଥିଲେ ।

Mehbooba Mufti Alleges Center For Divisive Politics With The People Of Jammu And Kashmir

ସେ ଆହୁରି ମଧ୍ୟ କହିଛନ୍ତି ଯେ 370 ଓ 35Aକୁ ହଟାଇବା ଦାବିରେ ନ୍ୟାସନାଲ୍ କନଫ୍ରେନ୍ସ, ପିଡିପି ସହିତ ଅନ୍ୟ ଦଳ ମଧ୍ୟ ହାତ ମିଳାଇଛନ୍ତି । ଏହାବ୍ୟତୀତ ଆମେ କାଶ୍ମୀର ପଣ୍ଡିତ ମାନଙ୍କୁ ପଳାୟନ କରିବାରୁ ଅଟକାଇ ପାରିଲୁନି । ଆମେ ଚାହୁଁଥିଲୁ ସେମାନେ ସମ୍ମାନଜନକ ଭାବେ ଘାଟିକୁ ଫେରି ଆସନ୍ତୁ ବୋଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସବୁବେଳେ କହୁଥିଲେ ଆମେ ମାନେ ସାଙ୍ଗକୁ ବଦଳାଇ ଦେଇପାରିକୁ ହେଲେ ପଡୋଶୀଙ୍କୁ ନୁହେଁ । କିନ୍ତୁ ମୁଁ ଏଭଳି କିଛି କହିଲେ ମୋ ଉପରେ ଆକ୍ରମଣ କରାଯାଇଥାଏ ।

Leave a Reply