‘ପୁରଣା ଆଇନରେ ନୂଆ ଶତାଦ୍ଦୀର ନିର୍ମାଣ ହୋଇପାରିବ ନାହିଁ’

ନୂଆଦିଲ୍ଲୀ: ବିଗତ ଶତାଦ୍ଦୀର ଆଇନ ବର୍ତ୍ତମାନ ସମୟ ପାଇଁ ବୋଝ ହୋଇପଡ଼ିଛି । ଏଣୁ ଏଥିରେ ପରିବର୍ତ୍ତନ ଆବଶ୍ୟକତା ରହିଛି । ଦେଶର ବିକାଶ ନେଇ ଏହି ଆଇନଗୁଡ଼ିକରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ପୁରୁଣା ଆଇନ ବଳରେ ନୂଆ ଶତାଦ୍ଦୀର ଗଠନ ହୋଇପାରିବନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗ୍ରା ମେଟ୍ରୋ ରେଳ ପ୍ରୋଜେକ୍ଟର ଉଦଘାଟନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ନୂଆ ଆଇନର ଗୁରୁତ୍ୱ ନେଇ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ନିଜ ଭାଷଣରେ ସିଧାସଳଖ ଭାବେ କୃଷକ ଆନ୍ଦୋଳନ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଆସନ୍ତାକାଲି ଭାରତ ବନ୍ଦ ଆନ୍ଦୋଳନ ଡାକରା  ଦିଆଯାଇଥିବା ବେଳେ ଏହାକୁ ବିଭିନ୍ନ କୃଷକ ସଂଗଠନ, ରାଜନୈତିକ ଦଳ, ରାଜନେତା ସମେତ ଅନ୍ୟ ବର୍ଗର ଲୋକଙ୍କ ମଧ୍ୟ ସମର୍ଥନ ମିଳିଛି ।

କୃଷକ ଆନ୍ଦୋଳନ, ଭାରତ ବନ୍ଦକୁ କଂଗ୍ରେସ ସହ ୧୮ ଦଳର ସମର୍ଥନ

            ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାର ଐତିହାସିକ ପରିବର୍ତ୍ତନ କରିଛନ୍ତି । ନୂଆ ଆଇନ ସମ୍ପର୍କରେ ବିସ୍ତୃତଭାବେ ଜାଣିବା ପରେ ଲୋକେ ସନ୍ତୁଷ୍ଟ ଅନୁଭବ କରିବେ । ଏଭଳି ଐତିହାସିକ ପରିବର୍ତ୍ତନ ନେଇ ଆତ୍ମବିଶ୍ୱାସ ବିଗତ ଦିନ ନିର୍ବାଚନ ଫଳାଫଳରୁ ପ୍ରାପ୍ତ ହୋଇଥିବା ସେ କହିଛନ୍ତି । ଚଳିତ ବର୍ଷମାନଙ୍କରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସରକାରଙ୍କ କାର୍ଯ୍ୟକୁ ଅଭୂଦପୂର୍ବ ସମର୍ଥନ ଜଣାଇଛନ୍ତି । ଏହା ତାଙ୍କୁ ଅଧିକ କିଛି ନୂଆ କରିବାକୁ ଉତ୍ସାହ ଯୋଗାଇଥିବା ସେ କହିଛନ୍ତି ।

Leave a Reply