ଅନ୍ଧ ବିଶ୍ୱାସର ଶିକାର ଦମ୍ପତ୍ତି ଜଣେ ମହିଳାଙ୍କୁ ୫୬ ଖଣ୍ଡ କଲେ….ରୋଷେଇ କରି ଖାଇଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ତିରୁଅନନ୍ତପୁରମ : ଧନ ପାଇଁ ଅନ୍ଧ ହୋଇ ନରବଳି ଦେଇଥିବା କେରଳ ଡାକ୍ତର ଦମ୍ପତିଙ୍କ ଘୃଣ୍ୟ କୃତ୍ୟ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପୁଲିସ ଏହି ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ପୁଲିସ ଅନୁଯାୟୀ ଡାକ୍ତର ଦମ୍ପତି ବଳି ଦେବା ପୂର୍ବରୁ ୨ ମହିଳାଙ୍କୁ ବାନ୍ଧି ଅକଥନୀୟ ନିର୍ଯାତନା ଦେଇଥିଲେ । ଗୋଟିଏ ଶବକୁ ୫୬ ଖଣ୍ଡ କରିଥିଲେ । ଏହି ଦୁଇ ମହିଳାଙ୍କ ଛାତି ମଧ୍ୟ କାଟି ଦେଇଥିଲେ ।

ଅଭିଯୁକ୍ତ ଶରୀରକୁ ଖଣ୍ଡ ଖଣ୍ଡ କରି ରୋଷେଇ କରି ଖାଇଥିବା ମଧ୍ୟ ଜଣାପଡିଛି  । ଏହି ନରବଳି ମାମଲା ମଙ୍ଗଳବାର ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚହଳ ପଡ଼ିଯାଇଥିଲା । କେମିତି ଲୋକ ଅନ୍ଧବିଶ୍ୱାସର ଶିକାର ହୋଇ ଏପରି ଘୃଣ୍ୟ କାର୍ଯ କରିବାକୁ ପଛାଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଗତ ମାସ ୨୭ ତାରିଖରେ ଏହି ଘଟଣା ଘଟିଥିଲା ।

କେରଳର ତିରୁବଲ୍ଲାରେ ଡାକ୍ତର ଭାଗୱଲ ସିଂହ ଏବଂ ତାଙ୍କ ପତ୍ନୀ ଲୈଲା ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୨ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ଶବକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିଲେ । ଏପରି କରିବା ଦ୍ବାରା ଘର ଧନସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଯିବ ବୋଲି ଅଭିଯୁକ୍ତ ଆଶା ରଖିଥିଲେ । ଏହି କାମରେ ଦମ୍ପତିଙ୍କୁ ତାନ୍ତ୍ରିକ ମହମ୍ମଦ ସଫି ସହାୟତା କରିଥିଲା ।

ପୁଲିସ ତିନି ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିନେଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଡାକ୍ତରଙ୍କ ପତ୍ନୀ ତାନ୍ତ୍ରିକ ମହମ୍ମଦ ସଫି ସହ ଯୋଗାଯୋଗ କରିଥିଲେ । ସେ ବଳି ଦେବା ପାଇଁ କହିଥିଲା । ଏଥିପାଇଁ ମହିଳାଙ୍କ ବ୍ୟବସ୍ଥା ମଧ୍ୟ କରିଥିଲା । ମହମ୍ମଦ ସଫି ମାନବ ଚାଲାଣ ମଧ୍ୟ କରୁଥିଲା । ପୁଲିସ ଏହି ମାମଲାରେ ସଫିକୁ ମୁଖ୍ୟ ଅଭିଯୁକ୍ତ ବନାଇଛି ।

ତାନ୍ତ୍ରିକ କଲାଡି ଏବଂ କଦମ୍ବତରାର ଦୁଇ ମହିଳାଙ୍କୁ ଲୋଭ ଦେଖାଇ ଡାକିଥିଲା ଏବଂ ବଳି ଦେଇଥିଲା । ଏଲନ୍ଥୁରରେ ତନ୍ତ୍ର ସାଧନା କରି ଡାକ୍ତର ଦମ୍ପତି ମହିଳାଙ୍କୁ ବଳି ଦେଇଥିଲେ । ପୁଲିସ କମିସନର ନାଗାରାଜୁ କହିଛନ୍ତି ଯେ ତିନି ଅଭିଯୁକ୍ତ ରୋସେଲିନ ଏବଂ ପଦ୍ମାଙ୍କୁ ବନ୍ଧି ହତ୍ୟା କରିଥିଲେ । ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ । ଏଥିରୁ କିଛି ଅଂଶ ରୋଷେଇ କରି ଅଭିଯୁକ୍ତ ଖାଇଛନ୍ତି ।

ତାନ୍ତ୍ରିକ ସଫି ମାନସିକ ରୋଗୀ ଭଳି ଜଣାପଡୁଛି । ସେ ଶାରୀରୀକ ସୁଖ ପାଇଁ ଏପରି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ସଫି ଫେସବୁକ୍‌ରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ଖୋଜୁଥିଲା । ପରେ ସେମାନଙ୍କୁ ନରବଳି ଦେବାକୁ କହୁଥିଲା । ୨୦୨୦ରେ ସଫି ବିରୋଧରେ ୭୫ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।